www.samajalive.in
Sunday, December 14, 2025
23.1 C
Bhubaneswar

ବଡସିଂହାର ବେଶରେ ଦର୍ଶନ ଦେଲେ ବାବା ଧବଳେଶ୍ବର

ସାକ୍ଷୀଗୋପାଳ : ପୁରୀ ଗଜପତି ମହାରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ  ଆଦ୍ୟ ଶାସନ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀର ରାମଚନ୍ଦ୍ରପୁର ଶାସନ ଗ୍ରାମରେ  ଶନିବାର ପବିତ୍ର ପଞ୍ଚକ ବ୍ରତର ତୃତୀୟ ଦିନରେ ବାବା ଧବଳେଶ୍ୱର ଦେବଙ୍କ ପୀଠରେ ବଡ ଓଷା ପାଳିତ ହୋଇଯାଇଛି। ବଡ଼ ଓଷା ଉପଲକ୍ଷେ ବାବାଙ୍କ ପୀଠରେ  ହଜାର ହଜାର ଭକ୍ତଙ୍କର ଜନ ସମାଗମ  ହୋଇଥିଲା । ପ୍ରାତଃ ସମୟରୁ ବାବା ଧବଳେଶ୍ୱରଙ୍କର ବଡ ଓଷା ନୀତିକାନ୍ତି ଦ୍ୱାର ଫିଟା, ୧୦୮ କଳସୀ ସୁବାଷିତ ଜଳରେ ଅଭିଷେକ, ଖେଚୁଡ଼ି ଭୋଗ ଆଦି ରୀତିନୀତି ଅନୁଷ୍ଠିତ  ହୋଇଥିଲା ।  ଏହା ପରେ ବାବା ଭକ୍ତ ମାନଙ୍କୁ ବଡସିଂହାର  ବେଶରେ ଦର୍ଶନ ଦେଇଥିଲେ। ଭକ୍ତ ଓ  ଶ୍ରଦ୍ଧାଳୁ ମାନେ ଯେପରି  ଶାନ୍ତି ଓ ଶୃଙ୍ଖଳା ସହ ଦର୍ଶନ କରିପାରିବେ ସେଥିପାଇଁ  ବୀର ରାମଚନ୍ଦ୍ରପୁର ଧବଳେଶ୍ବର କମିଟି, ସତ୍ୟବାଦୀ ବ୍ଳକ ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା  କରାଯାଇଥିଲା। ମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲ ଓ ସୁନ୍ଦର ଆଲୋକରେ ସଜ୍ଜିତ କରାଯାଇଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories