www.samajalive.in
Saturday, December 6, 2025
16.1 C
Bhubaneswar

ଲକ୍ଷ୍ମୀ ବସ ଚାଲିବା ଦାବିରେ ପ୍ରତିବାଦ ; ବସ ନ ଗଡ଼ିଲେ ୨୦୨୪ ନିର୍ବାଚନ ବର୍ଜନ

ଲାଞ୍ଜିଗଡ : ଦୁର୍ଗମ ଅଞ୍ଚଳବାସୀଙ୍କ ଗମନାଗମନକୁ ସୁବିଧା କରିବା ପାଇଁ ସରକାର ପ୍ରତି ପଞ୍ଚାୟତରେ ଲକ୍ଷ୍ମୀ ବସ ଚଳାଇଛନ୍ତି। ହେଲେ ଲାଞ୍ଜିଗଡ ବ୍ଲକର ଅନେକ ପଞ୍ଚାୟତକୁ ଏହି ବସ ଯାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ବ୍ଲକର କାନକୁଟରୁ ପଞ୍ଚାୟତକୁ ଏହି ବସ ଯାଉ ନଥିବାରୁ ଲୋକେ ଆଜି ପଞ୍ଚାୟତ ସମ୍ମୁଖରେ ପ୍ରତିବାଦ କରିଥିଲେ। ଏହି ବସ ପଞ୍ଚାୟତକୁ ନ ଆସିଲେ ଆଗାମୀ ୨୦୨୪ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। କାନକୁଟରୁ ପଂଚାୟତରେ ଅନେକ ଗାଁ ଥିବାବେଳେ ଆଜି ମଧ୍ୟ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଅଞ୍ଚଳବାସୀ। ପଂଚାୟତର ଦିଆଲବାହାଳୀ, ମଟକେରା, ପାଇକବୋରି, କନ୍ଧ ବୋରି, ବଚକା, କାଳସୁର, ମୁସ୍କୁଟି, କୁମାରପଡା, ରଣରଣା, ତେନ୍ତୁଳିପାଙ୍ଗା, ସଲପାଙ୍ଗ ଆଦି ଗାଁର ଲୋକେ ଦୀର୍ଘ ୧୦ କିମି ଚାଲି ଚାଲି ଯାଇ ବଚକା ଛକରେ ଗାଡିରେ ବସି ଯିବା ଆସିବା କରୁଛନ୍ତି। ଗମନାଗମନର କୌଣସି ସୁବିଧା ନ ଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ।
କଲେଜ ଛାତ୍ର ଛାତ୍ରୀ ମାନେ ବିଶ୍ଵନାଥପୁର କଲେଜ ଯିବାପାଇଁ ଅନେକ ଅସୁବିଧା ଭୋଗୁଛନ୍ତି। ସରକାର ଲକ୍ଷ୍ମୀ ବସ ଶୁଭାରମ୍ଭ କଲେ କାନକୁଟରୁ ପଞ୍ଚାୟତବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବ ବୋଲି ଆଶା ବାନ୍ଧିଥିଲେ। ଲକ୍ଷ୍ମୀ ବସ ଗାଁକୁ ନ ଗଡିବାରୁ  ଏହାକୁ ନେଇ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଧାୟକ ପ୍ରଦୀପ ଦିଶାରୀ, ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର ସମସ୍ତଙ୍କୁ ଅଭିଯୋଗ କରାଯାଇଛି । ଲକ୍ଷ୍ମୀ ବସ ଯଦି କାନକୁଟରୁ ପଞ୍ଚାୟତରେ ନ ଗଡିବ ଆଗାମୀ ନିର୍ବାଚନକୁ ବର୍ଜନ କରାଯିବ ବୋଲି ମୁରଲୀ ସାହୁ, ଜୟରାମ ହରିଜନ, ଅର୍ଜୁନ ପ୍ରଧାନୀ, ଗୋପୀ ପ୍ରଧାନୀ, ମହେନ୍ଦ୍ର ବେସ୍ରା ପ୍ରମୁଖ ପ୍ରକାଶ କରିଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories