ଜଗା ଦର୍ଶନ କରି ଆଖି ବୁଜିଲେ ହବିଷ୍ୟାଳି

ପୁରୀ: ପୁରୀରେ ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ ପରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ହବିଷ୍ୟାଳି ଜଣକ ନୟାଗଡ଼ ଜିଲ୍ଲାର ଫକୀର ଧଳୁଆ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ହବିଷ କରିବାକୁ ପୁରୀ ଆସିଥିବା ୭୩ ବର୍ଷୀୟ ବୃଦ୍ଧା ଫକୀର କିଛି ଦିନ ହେବ ଅସୁସ୍ଥ ଥିଲେ। ଆଜି ଭୋର ସମୟରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ସେ ଶ୍ରୀମନ୍ଦିରକୁ ଆସିଥିଲେ। ଦର୍ଶନ ପରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ପୁରୀ ମେଡିକାଲ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.