www.samajalive.in
Saturday, December 13, 2025
26.1 C
Bhubaneswar

ହରଭଙ୍ଗା ବ୍ଲକରେ ସୁନେତ୍ର ଶିବିର, ୧୬୦ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ହରଭଙ୍ଗା : ହରଭଙ୍ଗା ବ୍ଲକ ବୀରନରସିଂହପୁର ସ୍ଥିତ ସାଧୁ ଚରଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ସୁନେତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏବିଇଓ ସତ୍ୟନାରାୟଣ ମିଶ୍ର ,ସମଗ୍ର ଶିକ୍ଷା ଜିଲ୍ଲା ଶିକ୍ଷା ସଂଯୋଜକ ହରି ଶଙ୍କର ଦଣ୍ଡସେନା ଯୋଗ ଦେଇଥିଲେ ।ଏଥିରେ ୨୨୦ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୬ ଜଣଙ୍କୁ ଆବଶ୍ୟକୀୟ ଚଷମା ପ୍ରଦାନ କରାଯିବ ଓ ୩ ଜଣଙ୍କୁ ଉଚ୍ଚତର ଚିକତ୍ସା ପାଇଁ ଅନ୍ୟତ୍ର ପଠାଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା. ବଲ୍ଲଭ ପ୍ରଧାନ, ଚକ୍ଷୁ ପରିକ୍ଷକ ସନ୍ତୋଷ କୁମାର ବରାଡ ଓ ମହାନଦୀ ନେତ୍ର ଚିକିତ୍ସାଳୟ, ବିରାମହାରାଜପୁର ର ଅଭିଜ୍ଞ ଚିକିତ୍ସକ ମାନେ ଆସି ପିଲାଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଉକ୍ତ କାର୍ୟ୍ୟକ୍ରମକୁ ହରଭଙ୍ଗା ବ୍ଲକ ର ଗୋଷ୍ଠୀ ସମ୍ବଳ ଶିକ୍ଷକ ରଜତ କୁମାର ପ୍ରଧାନ ଓ ରତ୍ନାକର ଦାସ, ସ୍ଵେଚ୍ଛାସେବୀ ରାମଚନ୍ଦ୍ର ପୁରୋହିତ ଓ ମିନତୀ ପ୍ରଧାନ ସହଯୋଗ କରିଥିଲେ ।

ସେହିପରି ଚାରିଛକ ପଞ୍ଚାଯତ ଉଚ୍ଚବିଦ୍ୟାଳୟ ସୁନେତ୍ର କାର୍ୟ୍ୟକ୍ରମର ଦ୍ଵିତୀୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ହରଭଙ୍ଗା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ପ୍ରଧାନ ଉଦଘାଟନ କରିଥିଲେ । ଏହି ଶିବିରରେ ୧୬୦ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା, ତନ୍ମଧ୍ୟରୁ ୩୫ ଜଣଙ୍କୁ ଚଷମା ପ୍ରଦାନ କରାଯିବ ଓ ୬ ଜଣଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଅନ୍ୟତ୍ର ଚିକିତ୍ସାଳୟକୁ ପଠାଯିବ ବୋଲି ଜଣାପଡିଛି । ଛତରଙ୍ଗ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟଠାରେ ସୁନେତ୍ର ସୁନେତ୍ର କାର୍ୟ୍ୟକ୍ରମର ତୃତୀୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଛତରଙ୍ଗ କ୍ଲଷ୍ଟର ସିଆରସିସି ଉଦ୍ଘାଟନ କରିଥିଲେ । ଏହି ଶିବିରରେ ମୋଟ ୨୧୨ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା!ତନ୍ମଧ୍ୟରୁ ୪୧ ଜଣଙ୍କୁ ଚଷମା ପ୍ରଦାନ କରାଯିବ ଓ ଜଣେ ଛାତ୍ରଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଯାଇଛି !

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories