www.samajalive.in
Sunday, December 14, 2025
26.1 C
Bhubaneswar

ସ୍ମରଣଶକ୍ତି ବୃଦ୍ଧି କରେ ମାଛ

ମାଛ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ହେଲେ କ’ଣ ଆପଣ ଜାଣନ୍ତି, ସ୍ମୃତି ଶକ୍ତି ବଢାଇବାରେ ମାଛ ସହାୟକ ହୋଇଥାଏ। ଖାଦ୍ୟରେ ସପ୍ତାହରେ ୨ କିମ୍ବା ୩ ଥର ମାଛ ଖାଉଥିବା ଶିଶୁଙ୍କ ସ୍ବୃତିଶକ୍ତି ପ୍ରଖର ହୋଇଥାଏ। ମାଛରେ ଥିବା ଓମେଗା-୩-ଏସ୍‌ ଫ୍ୟାଟି ଏସିଡ୍‌ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ। ମାତ୍ର ସାଧାରଣତଃ ମାଛରେ କଣ୍ଟା ରହିଥିବାରୁ ଏହାକୁ ଖାଇବା ପାଇଁ ଶିଶୁ ଆଗ୍ରହ ପ୍ରକାଶ କରି ନଥା’ନ୍ତି। ଶିଶୁଙ୍କ ବୌଦ୍ଧିକ ବିକାଶରେ ମାଛ କିଭଳି ସହାୟକ ହୋଇଥାଏ ସେ ନେଇ ଗବେଷକ ୯ରୁ ୧୧ ବର୍ଷ ବୟସ୍କ ଅନେକ ପିଲାଙ୍କ ଉପରେ ଅନୁଧ୍ୟାନ କରିଥିଲେ। ସେମାନଙ୍କୁ ବିଭିନ୍ନ ବିଷୟ ଉପରେ ପ୍ରଶ୍ନ ପଚାରିବା ସହିତ କେତେକ ପାଠ୍ୟ ପୁସ୍ତକ ଅଧ୍ୟୟନ କରିବାକୁ ଦେଇଥିଲେ। ମାଛ ଖାଉଥିବା ପିଲା ୭୦ ପ୍ରତିଶତ ଉତ୍ତର ଠିକ୍ ଦେଇଥିବାବେଳେ ମାଛ ଖାଉ ନ ଥିବା ପିଲା ୩୦ରୁ ୪୦ ପ୍ରତିଶତ ପ୍ରଶ୍ନର ଉତ୍ତର ଠିକ୍ ଦେଇଥିଲେ। ସେହିପରି ମାଛ ଖାଉଥିବା ପିଲାମାନେ ଏକାଗ୍ରଚିତ୍ତରେ ପୁସ୍ତକକୁ ଅଧ୍ୟୟନ କରିଥିଲେ। ମାତ୍ର ମାଛ ଖାଉ ନ ଥିବା ପିଲାଙ୍କ ଏକାଗ୍ରତା ବାରମ୍ବାର ଭଙ୍ଗ ହୋଇଥିବାର ଦେଖାଯାଇଥିଲା। ଏହି ମର୍ମରେ ପେନ୍ନସ୍‌ ପେରେଲ୍‌ମ୍ୟାନ୍‌ ସ୍କୁଲର ନିର୍ଦ୍ଦେଶକ ପିଣ୍ଟୋ ମାର୍ଟିନ୍‌ କୁହନ୍ତି ମାଛ ଖାଇବା ଦ୍ୱାରା ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ଅନୁଭୂତ ହୋଇଥାଏ। ଏହା ଶିଶୁଙ୍କ ମସ୍ତିଷ୍କର ବୌଦ୍ଧିକସ୍ତରକୁ ବିକଶିତ କରିଥାଏ। ଫଳରେ ପାରିପାର୍ଶ୍ୱିକ ସ୍ଥିତି, ପାଠପଢ଼ା, ରାସ୍ତାଘାଟ, ଘରର ଠିକଣା ଆଦି ଶିଶୁ ସହଜରେ ମନେ ରଖିପାରେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories