www.samajalive.in
Saturday, December 6, 2025
26.1 C
Bhubaneswar

ବେଆଇନ୍ ଦଖଲ ଉଚ୍ଛେଦ ପାଇଁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ ଅନ୍ତର୍ଗତ ଅରାପାଜୁ ଗ୍ରାମପଞ୍ଚାୟତ ପେନାବାଲି ଗ୍ରାମବାସୀ ଫୁଲବାଣୀ ଉପ ଜିଲ୍ଲାପାଳଙ୍କୁ ବେଆଇନ୍ ଦଖଲ ଉଚ୍ଛେଦ ପାଇଁ ଲିଖିତ ଅଭିଯୋଗ ଦେଇଛନ୍ତି । ଅଭିଯୋଗ ପ୍ରକାରେ ରାଜ୍ୟ ସରକାରଙ୍କ ତରଫରୁ ପେନାବାଲି ଗ୍ରାମକୁ କିଛି ବର୍ଷ ପୂର୍ବେ ଲୋକକଳା ଗ୍ରାମ ଘୋଷଣା କରିବା ସହ ବିଧାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟା, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଶତାଧିକ ଜନସାଧାରଣଙ୍କ ଉପସ୍ଥିତିରେ ଭୂମି ପୂଜନ ସହ ଲୋକକଳା ଗ୍ରାମ ଫଳକ ମଧ୍ୟ ସ୍ଥାପିତ କରିଥିଲେ।
ପରବର୍ତ୍ତୀ ସମୟରେ ରାଜସ୍ବ ବିଭାଗ ଦ୍ଵାରା ଭିତ୍ତିଭୂମି ବିକାଶ ପାଇଁ ଜାଗା ମଧ୍ୟ ସଂରକ୍ଷିତ କରିଥିଲେ। କିନ୍ତୁ ବର୍ତ୍ତମାନ ସଂରକ୍ଷିତ ଜାଗାରେ କିଛି ଜବରଦଖଲ ଆରମ୍ଭ ହୋଇଥିବା ନେଇ ଗ୍ରାମବାସୀ ଖଜୁରୀପଡ଼ା ପୂର୍ବତନ ତହସଲଦାର ବିଜୟ ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ବେଳେ ବର୍ତ୍ତମାନ ମଧ୍ୟ ନୂତନ ତହସିଲଦାର ଭିକାରୀ ଚରଣ ସାହୁଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ। ଶ୍ରୀ ସାହୁ ତୁରନ୍ତ ଜବରଦଖଲ ସ୍ଥାନକୁ ଯାଇ ନିର୍ମାଣାଧୀନ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜବର ଦଖଲକାରୀ କୌଣସି ଖାତିରି ନକରି ଘର ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିବା ବେଳେ ପୁଣି ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ଆସି ଅତିରିକ୍ତ ତହସିଦାର ବ୍ରହ୍ମାନନ୍ଦ ଥାଟୀଙ୍କୁ ଲିଖିତ ଅଭିଯୋଗ ସହ ଆଜି ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ। ଉପ ଜିଲ୍ଲାପାଳ କୌଣସି ସରକାରୀ କାର୍ଯ୍ୟରେ ଅନ୍ୟତ୍ର ଯାଇଥିବା ବେଳେ କାର୍ଯ୍ୟାଳୟରେ ଡାକ ମାଧ୍ୟମରେ ଅଭିଯୋଗ ଦ।ଖଲ କରିଛନ୍ତି ଅଭିଯୋଗକାରୀ। ତୁରନ୍ତ ଉକ୍ତ ଲୋକକଳା ଗ୍ରାମର ଜାଗାରେ ହୋଇଥିବା ବେଆଇନ୍ ଦଖଲ ଉଚ୍ଛେଦ ସହ ଜାଗାର ଚାରିପାଖରେ ରହିଥିବା ଅନାବାଦୀ ଜମିକୁ ସୁରକ୍ଷିତ ରଖିବାକୁ ପେନାବାଲି ଗ୍ରାମର ରଶ୍ମିରଞ୍ଜନ ଦେହୁରୀ, ଅନିରୁଦ୍ଧ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ,ବିକ୍ରମସେନ୍ ଦେହୁରୀ, ଅନନ୍ତ ଦେହୁରୀ, ପବିତ୍ର ଯାନି ପ୍ରମୁଖ ଦାବୀ କରିଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories