www.samajalive.in
Monday, December 15, 2025
26.1 C
Bhubaneswar

ଶିକ୍ଷାଦାନରେ ଅବହେଳା, ବିଦ୍ୟାଳୟ ଫାଟକରେ ତାଲା

ସୋର: ବାଲେଶ୍ୱର ସୋର ବ୍ଲକ ଅନ୍ତର୍ଗତ କେଶରୀପୁର ପଞ୍ଚାୟତ କେଶରୀପୁର ଶତ୍ରୁଘ୍ନନାଥ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଶିକ୍ଷାଦାନରେ ଚରମ ଅବହେଳା ଦେଖିବାକୁ ମିଳିଛି। ଏ ନେଇ ଏସ୍‌ଏମ୍‌ଡିସି ସଦସ୍ୟ, ଆଲୁମିନି କମିଟିର କର୍ମକର୍ତ୍ତା, ଗ୍ରାମବାସୀଙ୍କ ପକ୍ଷରୁ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦେଶକ, ଜିଲାପାଳ, ଜିଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଏହାର ପ୍ରତିବାଦ ସ୍ବରୂପ ଶନିବାର ସକାଳେ ଏସ୍‌ଏମ୍‌ଡିସି ସଦସ୍ୟ, ଆଲୁମିନି କମିଟିର କର୍ମକର୍ତ୍ତା, ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୁରୁଦାସ ପାଢ଼ୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ତାଙ୍କୁ ବିଦ୍ୟାଳୟରେ ପ୍ରବେଶ କରାଇ ଦେଇ ନଥିଲେ।

ଶ୍ରୀ ପାଢ଼ୀ ଦୀର୍ଘ ୧୭ବର୍ଷ ଧରି ଏହି ବିଦ୍ୟାଳୟରେ ଶିକ୍ଷାକତା କରି ଆସୁଛନ୍ତି। ଚଳିତ ବର୍ଷ ଏପ୍ରିଲ ମାସରୁ ସେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ବ ତୁଲାଇ ଆସୁଛନ୍ତି। ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରିବା, ୫ ମାସ ଧରି ଗଣିତ ଓ ବିଜ୍ଞାନ ବିଷୟରେ ଆଦୌ ପାଠ ନପଢ଼ାଇବା, ପ୍ରତ୍ୟହ ବିଦ୍ୟାଳୟକୁ ବିଳମ୍ବରେ ଆସିବା ପ୍ରଭୃତି ଗୁରୁତର ଅଭିଯୋଗ ଆସିବା ପରେ ଶ୍ରୀ ପାଢ଼ୀଙ୍କୁ ଏସ୍‌ଏମ୍‌ଡିସି ସଦସ୍ୟ, ଆଲୁମିନି କମିଟିର କର୍ମକର୍ତ୍ତା, ଅଭିଭାବକ ପଚାରିବାରୁ ସେ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ଶନିବାର ସକାଳୁଆ ବିଦ୍ୟାଳୟ ହୋଥିଲେ ହେଁ ଶ୍ରୀ ପାଢ଼ୀ ୮.୧୫ରେ ବିଦ୍ୟାଳୟକୁ ଆସିଥିଲେ। ଫଳରେ ଏସ୍‌ଏମ୍‌ଡିସି ସଦସ୍ୟ, ଆଲୁମିନି କମିଟିର କର୍ମକର୍ତ୍ତା, ଛାତ୍ର ଅଭିଭାବକ ଏ ବାବଦରେ ତାଙ୍କୁ ପଚାରିବା ସହ ବିଦ୍ୟାଳୟକୁ ଯିବା ନିମନ୍ତେ ବାରଣ କରିଥିଲେ।ଶ୍ରୀ ପାଢ଼ୀ ଶିକ୍ଷାଦାନ ସହ ବିଦ୍ୟାଳୟ ପରିଚାଳନାରେ ଚରମ ଅବହେଳା କରୁଛନ୍ତି। ତାଙ୍କର ଏତାଦୃଶ କାର୍ଯ୍ୟ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ୫-ଟି ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଲିଖିତ ଅଭାବ ଅବଗତ କରାଯାଇଥିଲା। ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏ ନେଇ ଅଭିଯୋଗ କରାଯିବା ପରେ ଜିଲାପାଳ ତୁରନ୍ତ ଏହାର ତଦନ୍ତ ନିମନ୍ତେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ନିର୍ଦେଶ ଦେଇଥିଲେ ହେଁ ସେ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories