www.samajalive.in
Saturday, December 13, 2025
26.1 C
Bhubaneswar

ବୌଦ୍ଧରେ କୋଶଲ ବନ୍ଦକୁ ସମର୍ଥନ

ବୌଦ୍ଧ: କୋଶଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଶନିବାର ଦିନ ପଶ୍ଚିମ ଓଡ଼ିଶା ବନ୍ଦ ଡାକରାରେ ବୌଦ୍ଧରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ ଲାଗି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକାରା ଦିଆଯାଇଥିଲା। ବୌଦ୍ଧରେ କୋଶଲ ସମନ୍ୱୟ ସମିତି ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ବୌଦ୍ଧ ଜିଲାର ବୌଦ୍ଧ ସହର, ବୌଦ୍ଧ ବ୍ଳକ ଓ କଂଟାମାଳ ବ୍ଳକରେ ବନ୍ଦ ସଫଳ ହୋଇଥିବା ବେଳେ ଜିଲାର ହରଭଙ୍ଗା ବ୍ଳକରେ ବନ୍ଦର ପ୍ରଭାବ ଆଦୌ ପଡ଼ିନଥିଲା। ବୌଦ୍ଧ ସହରରର ଗାଡି ଚଳାଚଳ ସଂପୁର୍ଣ୍ଣ ବନ୍ଦ ଥିବା ବେଳେ ଦୋକାନ ବଜାର, ବିଦ୍ୟାଳୟ, ସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଗୁଡିକ ବନ୍ଦ ରହିଥିବା ବେଳେ କୋର୍ଟ କାର୍ଯ୍ୟ ସ୍ୱାଭାବିକ ରହିଥିଲା। କିନ୍ତୁ ହରଭଙ୍ଗା ବ୍ଳକରେ ସମସ୍ତ ଦୋକାନ ବଜାର ଖୋଲା ରହିଥିବା ବେଳେ ବିଦ୍ୟାଳୟ ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ବ୍ୟା୍‌‌ଙ୍କ ଓ କୋର୍ଟ କାର୍ଯ୍ୟ ସ୍ୱାଭାବିକ ରହିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories