www.samajalive.in
Friday, December 12, 2025
15.1 C
Bhubaneswar

ଜ୍ୟୋତିଷଙ୍କ ଭବିଷ୍ୟବାଣୀ : ଭାରତ ବିଶ୍ବକପ ଜିତିବ

ନୂଆଦିଲ୍ଲୀ : ଚଳିତ ଦିନିକିଆ ବିଶ୍ବକପରେ ଭାରତ ବିଜେତା ହେବ। ଏ ନେଇ ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ଜଗନ୍ନାଥ ଗୁରୁଜୀ ଭବିଷ୍ୟବାଣୀ କରିଛନ୍ତି। ୧୯୮୩ରେ ଯେତେବେଳେ ଭାରତ ବିଶ୍ବକପ ଜିତିଥିଲା ସେତେବେଳେ କପିଳଦେବଙ୍କ ବୃହସ୍ପତି ବିଛା ରାଶିରେ ଥିଲେ। ଏହା ପରେ ୨୦୧୧ରେ ଭାରତ ଦ୍ବିତୀୟ ଥର ପାଇଁ ଯେତେବେଳେ ବିଶ୍ବକପ ଜିତିଲା ସେତେବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବୃହସ୍ପତି ମେଶ ରାଶି, ରାହୁ ବିଛା ଓ ଶନି କନ୍ୟା ରାଶିରେ ଥିଲେ। ୨୦୧୧ ପରି ୨୦୨୩​​ରେ ମଧ୍ୟ ଭାରତର ଭାଗ୍ୟ ରହିଛି। ରୋହିତ ଶର୍ମାଙ୍କ ବୃହସ୍ପତି ମେଶ ରାଶି, ରାହୁ ମୀନ ରାଶିରେ ଓ ଶନି ତ୍ରିକୋଣ ରାଶିରେ ରହିଛନ୍ତି। ଏହା ବ୍ୟତୀତ ମଙ୍ଗଳ ମଧ୍ୟ ବିଛା ରାଶିରେ ଅଛନ୍ତି। ଯାହାକି ଭାରତ ବିଜେତା ନେଇ ସ୍ଥିତି ମଜବୁତ କରିଛି ବୋଲି ପଣ୍ଡିତ ଜଗନ୍ନାଥ ଗୁରୁଜୀ ଭବିଷ୍ୟବାଣୀ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories