www.samajalive.in
Friday, December 12, 2025
16.1 C
Bhubaneswar

କଣ୍ଟାବାଞ୍ଜିରେ ବନ୍ଦ ପାଳନ, ଦୈନିକ ପରିବା ମାର୍କେଟ ଖୋଲା

କଣ୍ଟାବାଞ୍ଜି: କୋଶଲ ରାଜ୍ୟ ସଂଯୁକ୍ତ କ୍ରିୟାନୁଷ୍ଠାନ ସମିତି, କୋଶଲର ଆହ୍ୱାନ କ୍ରମେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ ଆଜି କଣ୍ଟାବାଞ୍ଜି ବନ୍ଦ ପାଳନ ହୋଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃବୃନ୍ଦ ରାସ୍ତାକୁ ଓହ୍ଲାଇଥିଲେ। ଏନେଇ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସହରର ବିଭିନ୍ନ ବ୍ୟାଙ୍କ ଓ ଡାକଘର ଆଦିର ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା । କେବଳ ଜରୁରି ସେବାକୁ ବନ୍ଦରୁ ବାଦ୍‌‌ ଦିଆଯାଇଥିବା ବେଳେ ଦୈନିକ ପରିବା ମାର୍କେଟ ଖୋଲାଥିଲା। ସ୍ଥାନୀୟ ସିଭିଲ କୋର୍ଟ ସ୍ୱାଭାବିକ ଭାବେ ଚାଲୁଥିଲା ବେଳେ ତହସିଲ କାର୍ଯ୍ୟାଳୟ ବନ୍ଦ ଥିବା ଦେଖା ଯାଇଥିଲା. ଆନ୍ଦୋଳନକାରୀ ମାନେଇନ୍ଦିରା ଛକ, ପର୍ଶୁରାମ ଛକ, ସିଙ୍ଗଳପଡ଼ା ରାସ୍ତା, ଚୈତନପ୍ରଧାନ ରାସ୍ତା ଷ୍ଟେସନ ରୋଡ଼ ବିଭିନ୍ନ ସ୍ଥାନରେ ଟାୟାର ଜାଳିଵା ସହ ରାସ୍ତାରେ ରସି ବାନ୍ଧି ରାସ୍ତା ଅବରୋଧ କରିଵା ଯୋଗୁ ରାସ୍ତା କଡରେ ଭାରୀଯାନ ଅଟକି ରହିଥିଲା ।

କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କର୍ମୀ ମାନେ ଇନ୍ଦିରା ଛକ ନିକଟରେ ପିକେଟିଙ୍ଗ କରି କୋଶଲ ରାଜ୍ୟ ଗଠନ କରି ସ୍ଲୋଗାନ ଦେଇଥିଲେ। ଏଲଡ଼ିଏ ସଂଗଠନ ସଭାପତି ଲବସୁନାଙ୍କ ସହ କଣ୍ଟାବାଞ୍ଜି ସଭାପତି ଭଜ ସିପକା ନେତୃତ୍ୱରେ ଆମ୍ବେଦକର ଯୁବକ ସଙ୍ଘ ଜୟଭୀମ ପତାକା ଧରି ଇନ୍ଦିରା ଛକରେ ସାମିଲ ହେବାସହ କୋଶଲ ରାଜ୍ୟ ସପକ୍ଷରେ ନାରାବାଜି କରି ସମର୍ଥନ କରିଥିବା ଦେଖାଯାଇଥିଲା। ସେହିପରି ସହର କିଛି ସଂଗଠନ କ୍ଲବ ସଦସ୍ୟ ସହ କୋଶଲ ମୁକ୍ତିମୋର୍ଚା ସଂଗଠନ ର ରଞ୍ଜନ ମହାପାତ୍ର, ରାଜୁ ବାରିକ, ଜଗଦୀଶ ନାଗ, କାନ୍ହା ଦୀପ, କାହ୍ନ ସାହୁ, ପ୍ରକାଶ ସାହୁ, ପିଣ୍ଠୁଭୋଇ, ଆକାଶ ଛୋ୍ୱରା, ବିକାଶ ସାହୁ, ପ୍ରଦୀପ ବାଗ ପ୍ରମୁଖ ବନ୍ଦକୁ ସଫଳ କରିବା ପାଇଁ ନେତୃତ୍ୱ ନେଇଥିଲେ। ସ୍ଥାନୀୟ ପୁଲିସ ଏସ୍ଡ଼ିପିଓ ଗୌରାଙ୍ଗ ସାହୁ, ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ନେତୃତ୍ୱରେ ଥାନାର ଅନ୍ୟ ଅଧିକାରୀ ଶାନ୍ତି ଶୃଙ୍ଖଳା ପାଇଁ ସହରର ବିଭିନ୍ନ ସ୍ଥାନରେ ପେଟ୍ରୋଲିଙ୍ଗ ଜାରି ରଖିଥିବା ବେଳେ. ବିଭିହ୍ନ ମୁଖ୍ୟ ଛକ ଜାଗାରେ ପୁଲିସ ମୃତୟନ ହୋଇଥିବା ଦେଖା ଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories