www.samajalive.in
Friday, December 12, 2025
16.1 C
Bhubaneswar

ଭଙ୍ଗା କୁଡିଆ ୯୦ ବର୍ଷୀୟ ବୃଦ୍ଧା, ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ଚାନ୍ଦିପୁଟ: ଭତ୍ତା ପାଇବାରୁ ବଞ୍ଚିତ ୯୦ ବର୍ଷର ଜଣେ ଅସହାୟ ବୃଦ୍ଧା। ଭତ୍ତା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି, ହେଲେ ଆଜି ଯାଏଁ କେହି ଗୁହାରୀ ଶୁଣୁ ନଥିବା ସେ ପ୍ରକାଶ କରିଛନ୍ତି। ଆଗରୁ ପଞ୍ଚାୟତରେ ଭତ୍ତା ଟଙ୍କା ହାତରେ ମିଳୁଥିଲା। ହେଲେ ୨ ବର୍ଷରୁ ଅଧିକ ସମୟ ବିତିଗଲାଣି ହେଲାଣି କୌଣସି କାରଣରୁ ଭତ୍ତା କଟିଯାଇଛି। ସେ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ବଡ଼ଖଣି ପଞ୍ଚାୟତ ୮ ନଂ ୱାର୍ଡ ସାନଖଣି ଗ୍ରାମର କାଟିଆଲୁ ମଲ୍ଲିକ। ବୟସ ୯୦ ପାରି ହେଲାଣି। ଆଗରୁ ୩ ପୁଅ ଥିଲେ। ସେମାନେ ଟିକେ ଖାଇବାକୁ ଦେଉଥିଲେ। ହେଲେ ୮ ବର୍ଷ ହେଲାଣି ୨ ପୁଅ ଆର ପାରିକି ଗଲେଣି। ଏବେ ସାନ ପୁଅ ବୋହୂ ପାଖରେ ରହୁଛନ୍ତି। ସାନ ପୁଅ ପୂର୍ଣ୍ଣ ମଲ୍ଲିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଏବେ ଝାଟିମାଟି ଘରେ ରହୁଥିବା ଗରିବ ପରିବାରକୁ ବାହାର ରାଜ୍ୟରୁ ରୋଜଗାର କରି ଆଣି ଖାଇବାକୁ ମୁଠେ ଦେଉଛି ସାନ ପୁଅ। କେତେବେଳେ ପୁଅ ବୋହୂ ପଚାରୁଛନ୍ତି ତ ଆଉ କେତେବେଳେ ପଚାରୁ ନାହାଁନ୍ତି। ନିଜେ କାମ କରିବାକୁ ଆଉ ବଳ ବୟସ ନାହିଁ। ଅଣ୍ଟା ନଇଁ ପଡ଼ିଲାଣିl ଭତ୍ତା ଟିକେ ମିଳିଲେ ବାକି ଜୀବନ କଟିଯିବ ବୋଲି ଆଶା ରଖିଛନ୍ତି କାଟିଆଲୁ। ୱାର୍ଡ ମେମ୍ବର ଠାରୁ ସରପଞ୍ଚ ଓ ପିଇଓ କାହାକୁ ଜଣାଇଲେ ମଧ୍ୟ କେହି ଶୁଣୁ ନଥୁଵା କହୁଛନ୍ତି।

ଏ ନେଇ ଆମେ ସରପଞ୍ଚ କେଶବ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ କାଟିଆଲୁ ମଲ୍ଲିକଙ୍କର ଆଧାର କାର୍ଡ ନାହିଁ। ବୟସ ଅଧିକ ହେବାରୁ ଫିଙ୍ଗର୍ ପ୍ରିଣ୍ଟ ନେଉ ନାହିଁ। ତେଣୁ ଭତ୍ତା କଟି ଯାଇଛି। କିଭଳି ତାଙ୍କୁ ଭତ୍ତା ମିଳି ପାରିବ ସେ ନେଇ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ଏଭଳି ସ୍ଥିତିରେ ବ୍ଳକ ପ୍ରଶାସନ ଦୃଷ୍ଟି ଦେଇ ଅସହାୟ ବୃଦ୍ଧାକୁ ଭତ୍ତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories