ଶୁକ୍ରବାର ରାଶିଫଳ (୧୭ ନଭେମ୍ବର ୨୦୨୩)

ମେଷ :  କୃଷ୍ଣ ଘୋଟକ, ହସ୍ତୀ, ଇନ୍ଦ୍ରନୀଳ ଭର୍ଣ୍ଣା ଓ ନାନା ସୁନ୍ଦର ବସ୍ତୁ ଲାଭ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଉଚ୍ଚାସନ ଲାଭ କରିପାରନ୍ତି। ଆୟୁଷ୍ମାନ୍‌, ସୁଖୀ, ବିଦ୍ବାନ୍‌, ରୋଗହୀନ, କ୍ରୋଧୀ, ନୀତିବାନ୍‌ ହେବେ।

ବୃଷ : ନୃପତୁଲ୍ୟ ଉଚ୍ଚାସନରେ ଆସୀନ ହୋଇପାରନ୍ତି। ଗୁଣ ସାଗର ହେବେ। ନୀତିନିଷ୍ଠ ଓ ବିନୟ ସ୍ବଭାବ ସମ୍ପନ୍ନ ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦ ନୀତିର କାରଣ ହୋଇପାରନ୍ତି। କୂଟନୀତିଯୁକ୍ତ ହେବେ।

ମିଥୁନ : ଧର୍ମକ୍ରିୟାରତ ହେବେ। ଦୁଷ୍ଟମତି ଓ ମନୋଜ୍ଞ ହୋଇପାରନ୍ତି। ଯଶ ଅର୍ଜନ କରିବେ। ବିପଦ ଯେତେ ଭୟଙ୍କର ହେଲେ ମଧ୍ୟ ଧୈର୍ଯ୍ୟହରା ହେବେ ନାହିଁ। ମହାଜନୀ କାରବାର କରିପାରନ୍ତି। ସୁସ୍ଥ ରହିବେ।

କର୍କଟ : ଉଚ୍ଚ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ। ଉତ୍ତମ ମିତ୍ର ଓ ପୁତ୍ର ଲାଭ କରିପାରନ୍ତି। ଉତ୍ତମା ରମଣୀଯୁକ୍ତ ହେବେ। ଯଶସ୍ବୀ ହେବେ। ସର୍ବତ୍ର ବିଜୟୀ ହେବେ। ସତ୍‌କର୍ମୀ ଓ ସର୍ବପ୍ରିୟ ହେବେ।

ସିଂହ : ସରକାରୀ ପରାମର୍ଶଦାତା ହୋଇପାରନ୍ତି। ସ୍ବୀକୃତିସମ୍ପନ୍ନ ହେବେ। ସକଳ ଶାସ୍ତ୍ରଜ୍ଞାତା, ବ୍ରତକର୍ତ୍ତା ଓ ଦେବଦ୍ବିଜ ପରାୟଣ ହେବେ। ରାଜାଙ୍କ ତୁଲ୍ୟ ଧନୀ, ସୁଖୀ, ସର୍ବତ୍ର ହୃଦୟବାନ୍‌ ହେବେ।

କନ୍ୟା : ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ, ଯୁବତୀପ୍ରିୟ ହେବେ। କର୍ମଚଞ୍ଚଳ ରହିବେ। ଗଣିତଜ୍ଞ, କବି ଓ ସୁନ୍ଦର ଦ୍ରବ୍ୟ ଆଶାୟୀ ହେବେ। ରାଜସିକ ବିଦ୍ୟା ସମ୍ପନ୍ନ ହେବେ।

ତୁଳା : ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ଉପଯୁକ୍ତ ମନ୍ତ୍ରଣାଦାତା ହୋଇପାରନ୍ତି। କାବ୍ୟକର୍ତ୍ତା ହେବା ଆଶା କରାଯାଏ। ପତ୍ନୀପ୍ରେମୀ, ଧୈର୍ଯ୍ୟବାନ୍‌ ହେବେ।

ବିଛା : ସଙ୍ଗୀତ ଓ ନୃତ୍ୟପ୍ରିୟ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମ ମାର୍ଗରେ ମନୋନିବେଶ କରିବେ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରେ ଲାଭବାନ୍‌ ହେବେ।

ଧନୁ : ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ବୀ ଓ ଧନଶାଳୀ ହୋଇପାରନ୍ତି। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ରାଜପୂଜିତ ଓ ଯାନବାହନଯୁକ୍ତ ହେବେ। ପରାକ୍ରମଶାଳୀ ହେବେ।

ମକର : ପରୋପକାରୀ ହେବେ। ବୁଦ୍ଧିମାନ୍‌ ହୋଇପାରନ୍ତି। ଶ୍ରେଷ୍ଠମାନ୍ୟତାଯୁକ୍ତ ହେବେ। ମଣି ଭୂଷଣାଦିଯୁକ୍ତ ହୋଇପାରନ୍ତି। ପ୍ରତାପୀ ଓ ଲବ୍ଧ ପ୍ରତିଷ୍ଠିତ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିବ। ସଙ୍ଗୀତରେ ରୁଚି ରହିବ।

କୁମ୍ଭ : ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁକ ସୁଖ ଭୋଗୀ ହେବେ। ସତ୍ୟବକ୍ତା ହେବେ। ଦେବ, ବ୍ରାହ୍ମଣଙ୍କ ଭକ୍ତ ହେବେ। ସ୍ବଉପାର୍ଜିତ ଧନରେ ଧନୀ ହେବେ। ସଦାଚାରୀ ଓ ସାହସୀ ହେବେ।

ମୀନ : ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନ ଓ ଉତ୍ତମ ଗୁଣଯୁକ୍ତ ହେବେ। ସୁସ୍ଥ ରହିବେ। ମନ ପ୍ରସନ୍ନ ରହିବ। ପାରିବାରିକ ସୁଖ ମିଳିବ।

Comments are closed.