www.samajalive.in
Sunday, December 14, 2025
26.1 C
Bhubaneswar

୫୬୦ ଲିଟର ମଦ ଜବତ ୫୭୪୦ ଲିଟର ପୋଚ ନଷ୍ଟ

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ଓ ରାଧାକୃଷ୍ଣପୁର ପଞ୍ଚାୟତର ଜଙ୍ଗଲ ପାଶ୍ୱବର୍ତ୍ତି ଅଞ୍ଚଳ ପାଲଟିଛି ଦେଶୀ ଚୋରା ମଦ ରନ୍ଧନର ଏନ୍ତୁଡିଶାଳ । ଚଢଉ ପରେ ଚଢଉ ଜାରି ରହିଛି । ଦେଶୀ ଚୋରାମଦ ଜବତ ସାଙ୍ଗକୁ ଶହଶହ ଲିଟର ପୋଚ ମଧ୍ୟ ନଷ୍ଟ ହେଉଛି । ହେଲେ ଚୋରା ଦେଶୀମଦ ରନ୍ଧନର ଭାଟିକୁ ସଂପୂର୍ଣ୍ଣ ମୂଳୋତ୍ପାଟନ କରାଯାଇ ପାରୁନାହିଁ । ଏହା ପଛରେ କିଛି ଅସାଧୁ କର୍ମଚାରୀଙ୍କ ହାତ ରହିଥିବା ଅଭିଯୋଗ ହେଉଛି । ନଚେତ ଚଢଉ ସମୟରେ ମଦ ଓ ପୋଚ ଜବତ ହେଉଛି, ହେଲେ ଅଭିଯୁକ୍ତ ଧରାପଡୁନାହାନ୍ତି କାହିଁକି ? ଏଠି ଢୋଲ ଭିତରେ ମୂଷା ସାଜିଛନ୍ତି କିଛି ଅସାଧୁ କର୍ମଚାରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବୁଧବାର ଜଙ୍ଗଲ ପାଶ୍ୱବର୍ତ୍ତି ଝରଣା କୂଳରେ ସ୍ଥାନୀୟ ପୋଲିସ ଓ ଅବକାରୀ କର୍ମଚାରୀ ମିଳିତ ଭାବରେ ଚଢଉ କରି ୫୬୦ଲିଟର ମଦ ଜବତ କରିଥିବା ବେଳେ ୫୭୪୦ଲିଟର ପୋଚ ନଷ୍ଟ କରିଥିଲେ। ମଦ ମାଫିଆମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ ବହି ଯାଉଥିବା ଝରଣା କୂଳରେ ଦେଶୀମଦ ଭାଟି ସ୍ଥାପନ କରିଛନ୍ତି । ଗଛ ଉପରେ ଭାଡି କରି କେତେବେଳେ ମଦ ରଖୁଛନ୍ତି ତ ପୁଣି କେତେବେଳ ମାଟି ଖୋଳି ମଦ ଭର୍ତ୍ତି ଜାରକୁ ପୋତି ଦେଉଛନ୍ତି । ଉଲ୍ଲେଖଯୋଗ୍ୟ ଗତ କିଛିମାସ ତଳେ ମଦ ମାଫିଆମାନେ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ। ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ମଦ ମାଫିଆଙ୍କ ପଛରେ କୌଣସି ଶକ୍ତିଶାଳୀ ବ୍ୟକ୍ତି ବିଶେଷଙ୍କ ହାତ ରହିଛି ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories