www.samajalive.in
Monday, December 8, 2025
27.1 C
Bhubaneswar

ଦକ୍ଷିଣ ଆଫ୍ରିକା- ଅଷ୍ଟ୍ରେଲିଆ ଦ୍ବିତୀୟ ସେମିଫାଇନାଲ ଆଜି

କଲକାତା : ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ଗୁରୁବାର କଲକାତାର ଇଡେନଗାର୍ଡେନରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଅଷ୍ଟ୍ରେଲିଆ ନବମ ଓ ଦକ୍ଷିଣ ଆଫ୍ରିକା ପଞ୍ଚମ ଥର ଲାଗି ସେମିଫାଇନାଲ ଖେଳିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଦୁଇ ଦଳ ସେମିଫାଇନାଲରେ ତୃତୀୟ ଥର ଲାଗି ମୁହାଁମୁହିଁ ହେବେ। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଫାଇନାଲ ଖେଳିବାକୁ ଆଶା ବାନ୍ଧିଥିବାବେଳେ ଅଷ୍ଟ୍ରେଲିଆ ସପ୍ତମ ଥର ଲାଗି ଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି।
ତାମ୍ବେ ବାଭୁମାଙ୍କ ନେତୃତ୍ବାଧିନ ଦକ୍ଷିଣ ଆଫ୍ରିକା ଲିଗ୍‌ ପର୍ଯ୍ୟାୟରେ ୯ଟି ମ୍ୟାଚରୁ ୭ଟି ବିଜୟ ଓ ୨ଟି ପରାଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି। ଦଳ ୧୦୨ରନରେ ଶ୍ରୀଲଙ୍କାକୁ, ୨୨୯ରନରେ ଇଂଲଣ୍ଡକୁ, ୧୪୯ରନରେ ବାଂଲାଦେଶକୁ, ୧ ୱିକେଟରେ ପାକିସ୍ତାନକୁ, ୧୯୦ରନ​ରେ ‌ନ୍ୟୁଜିଲାଣ୍ଡକୁ, ୧୩୪ରନରେ ଅଷ୍ଟ୍ରେଲିଆକୁ ଓ ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ସେହିପରି ଭାରତ ନିକଟରୁ ୨୪୩ରନରେ ଓ ୩୮ରନରେ ନେଦରଲ୍ୟାଣ୍ଡ୍‌ସ ନିକଟରୁ ପରାଜିତ ହୋଇଥିଲା। ବ୍ୟାଟିଂରେ କ୍ବିଣ୍ଟନ ଡିକକ୍‌ ୪ଟି ଶତକ ସହ ୫୯୧ରନ, ଭାନ ଡାର ଡୁସେନ ୪୪୨ରନ, ଆଇଡାନ ମାର୍କରାମ ୩୯୬ରନ ଓ ହେନରିକ କ୍ଲାସେନ ୩୨୬ରନ କରିଛନ୍ତି। ଡେଭିଡ୍‌ ମିଲର ମ୍ୟାଚ ଫିନିସର ଦାୟିତ୍ବ ତୁଲାଉଛନ୍ତି। ଏହାଛଡ଼ା ବାଭୁମା ମଧ୍ୟ ଓପନିଂରେ ରନ କରୁଛନ୍ତି। ବୋଲିଂରେ ଗାର୍ଲାଡ କୋଟ୍‌ଜି ୧୮ଟି , ମାର୍କୋ ୟାନସେନ ୧୭ଟି, କେଶବ ମହାରାଜ୍‌ ୧୪ଟି, କାଗିସୋ ରାବଡା ୧୨ଟି ୱିକେଟ ନେଇଛନ୍ତି। ଦଳ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ଫର୍ମରେ ରହିଛି। ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ ଫାଇନାଲ ଖେଳିବାର ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ଲିଗ୍‌ ପର୍ଯ୍ୟାୟରେ ୯ଟି ମ୍ୟାଚରୁ ୭ଟି ବିଜୟ ଓ ୨ଟି ପରାଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି। ଦଳ ଭାରତ ନିକଟରୁ ୬ ୱିକେଟରେ ଓ ଦକ୍ଷିଣ ଆଫ୍ରିକା ନିକଟରୁ ୧୩୪ରନରେ ପରାଜିତ ହୋଇଥିବାବେଳେ ଶେଷ ୭ଟି ମ୍ୟାଚରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ତାନ, ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ୍‌ସକୁ ପରାସ୍ତ କରିଛି। ବ୍ୟାଟିଂରେ ଡେଭିଡ୍‌ ୱାର୍ଣ୍ଣର ୨ଟି ଶତକ ସହ ୪୯୯ରନ, ମିଚେଲ ମାର୍ଶ ୪୨୬ରନ, ଗ୍ଲେନ ମ୍ୟାକ୍ସୱେଲ ୩୯୭ରନ କରିଛନ୍ତି। ମାର୍ନୁସ ଲାବୁସାନେ, ଷ୍ଟିଭ୍‌ ସ୍ମିଥ୍‌ , କାମେରୁନ ଗ୍ରୀନ ମଧ୍ୟ ରନ କରୁଛନ୍ତି। ବୋଲିଂରେ ସ୍ପିନର ଆଡାମ ଜାମ୍ପା ୨୨ଟି ୱିକେଟ ନେଇଛନ୍ତି। ଲିଗ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ୧୩୪ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଉକ୍ତ ପ୍ରଦଶର୍ନକୁ ଦଳ ସେମିଫାଇନାଲରେ ବଜାୟ ରଖିବା ନେଇ ଲକ୍ଷ୍ୟ ରଖିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories