www.samajalive.in
Saturday, December 13, 2025
18.1 C
Bhubaneswar

ଆଜିଠୁ ନାଟମଣ୍ଡପ ମରାମତି

କଟକ :  ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆଜି (ମଙ୍ଗଳବାର)ଠାରୁ ଆରମ୍ଭ ହେବ। ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)କୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ମରାମତି କାର୍ଯ୍ୟର ଅଗ୍ରଗତି ନେଇ ପ୍ରତି ୧୫ ଦିନରେ ଅଦାଲତ ମିତ୍ର (ଆମିକସ୍‌କ୍ୟୁରୀ) ସତ୍ୟପାଠ ଜରିଆରେ ଅଦାଲତଙ୍କୁ ରିପୋର୍ଟ ପ୍ରଦାନ କରିବେ। ମନ୍ଦିର ପ୍ରଶାସନ ଏଏସ୍‌ଆଇକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବେ। ଭକ୍ତମାନେ ଯେପରି ମହାପ୍ରଭୂଙ୍କ ଦର୍ଶନ ସହଜରେ କରିପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ଉଚ୍ଚ ନ୍ୟାୟାଳୟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍‌‌ ରଞ୍ଜନ ଷଡ଼ଙ୍ଗୀ ଏବଂ ବିଚାରପତି ଏମ୍‌‌.ଏସ୍‌‌. ରମଣଙ୍କ ଖଣ୍ଡପୀଠରେ ହୋଇଥିଲା। ଅଦାଲତଙ୍କ ପୂର୍ବ ନିର୍ଦେଶ ମୁତାବକ ବୁଧବାର ଏଏସ୍‌ଆଇ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ସାନି ସତ୍ୟାପାଠ ଦାଖଲ କରାଯାଇଥିଲା। ମରାମତି ନିମନ୍ତେ ଆଇଆଇଟି ମାଡ୍ରାସ୍‌ରୁ ପ୍ରକଳ୍ପ ମଡେଲ ପ୍ରସ୍ତୁତ କରାଯାଇଛି। କେବେଠାରୁ କାର୍ଯ୍ୟ ଆରମ୍ଭ ହେବ ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖା ଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ନଭେମ୍ବର ୪ରେ ଏ ସଂକ୍ରାନ୍ତରେ ବୈଠକ ଡାକିଥିଲେ। ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଏଏସ୍‌ଆଇ, କୋର କମିଟି ସଦସ୍ୟ, ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଉପସ୍ଥିତ ଥିଲେ। କାର୍ତ୍ତିକ ପୂର୍ଣ୍ଣିମା ଓ ନବବର୍ଷକୁ ଦୃଷ୍ଟିରେ ରଖି ୨୦୨୪ ଜାନୁଆରୀ ୨୦ରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ଲାଗି ସ୍ଥିର ହୋଇଥିବା ଏଏସ୍‌ଆଇ ପକ୍ଷରୁ ସତ୍ୟପାଠରେ ଦର୍ଶ​‌ାଯାଇଥିଲା। ଜାନୁଆରୀ ୨୦ ବଦଳରେ ଆସନ୍ତାକାଲିଠାରୁ ମରାମତି କାର୍ଯ୍ୟ କାହିଁକି ଆରମ୍ଭ ହେବ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ ଜାଣିବାକୁ ଚାହିଁଥିଲେ। ୨୦୧୭ରୁ ମରାମତି କାର୍ଯ୍ୟ ହୋଇପାରୁ ନଥିବାରୁ ଉଚ୍ଚ ନ୍ୟାୟାଳୟ ବିରକ୍ତି ପ୍ରକାଶ କରିଥିଲେ। ମରାମତି କାର୍ଯ୍ୟ ଲାଗି ଶ୍ରିମନ୍ଦିର ପ୍ରଶାସନ ପ୍ରସ୍ତୁତ ଥିବା ଅଦାଲତଙ୍କୁ ଜଣାଇବା ପରେ ଆସନ୍ତାକାଲିଠାରୁ କାର୍ଯ୍ୟ ଆରମ୍ଭ କରିବାକୁ ଉଚ୍ଚ ନ୍ୟାୟାଳୟ ଏଏସ୍‌ଆଇକୁ ନିର୍ଦେଶ ଦେଇଛନ୍ତି। ପ୍ରତିଦିନ ୬ଘଣ୍ଟା ଲେଖାଏଁ ମରାମତି କାର୍ଯ୍ୟ କରାଯିବ। ୧୨୦ ଦିନ ମଧ୍ୟରେ ମରାମତି ଶେଷ ହେବା ପରେ ହସ୍ତାନ୍ତର କରାଯିବ ବୋଲି ଏଏସ୍‌ଆଇ ପକ୍ଷରୁ ଦର୍ଶାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪ରେ ହେବ।
୨୦୧୭ରେ ଉଚ୍ଚ ନ୍ୟାୟାଳୟ ଏସ୍‌‌ଆଇକୁ ନାଟମଣ୍ଡପର ମରାମତି କାର୍ଯ୍ୟ ଚାରି ମାସରେ ଶେଷ ଲାଗି ନିର୍ଦେଶ ଦେଇଥିଲେ। ୫ବର୍ଷ ବିତିଯାଇଥିଲେ ମଧ୍ୟ ଏହି ମରାମତି କାର୍ଯ୍ୟ ଶେଷ ହୋଇନଥିବାରୁ ଉଚ୍ଚ ନ୍ୟାୟାଳୟ ଏଏସ୍‌‌ଆଇକୁ ରିପୋର୍ଟ ତଲବ କରିଥିଲେ। କ’ଣ ପାଇଁ ଦୀର୍ଘ ୫ବର୍ଷ ଭିତରେ ଏହି ନାଟମଣ୍ଡପ ମରାମତି କାର୍ଯ୍ୟ ଶେଷ ହୋଇପାରି ନାହିଁ ସେ ସଂକ୍ରାନ୍ତରେ ସତ୍ୟପାଠ ଜରିଆରେ ଜବାବ ରଖିବାକୁ କୁହାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଏବଂ ଏଏସ୍‌ଆଇ ପକ୍ଷରୁ ଚନ୍ଦ୍ରକାନ୍ତ ଦାସ ଏହି ମାମଲା ପରିଚାଳନା କରୁଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories