www.samajalive.in
Friday, December 12, 2025
15.1 C
Bhubaneswar

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ

ସୁଆଣ୍ଡୋ : ପୁରୀଜିଲା ଡେଲାଙ୍ଗ ଥାନା ଚାଇଁପୁର ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କ ଘର ଉପରକୁ ବୁଧବାର ବିଳମ୍ବିତ ରାତିରେ ବୋମାମାଡ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ସରପଞ୍ଚଙ୍କ ପରିବାର ରାତିରେ ଘରେ ଶୋଇଥିବା ବେଳେ କୌଣସି ଦୁର୍ବୃତ ଘର କାନ୍ଥକୁ ଲଗାତର ପାଞ୍ଚଟି ବୋମାମାଡ କରି ଫେରାର ହୋଇ ଯାଇଛନ୍ତି । ଶ୍ରୀ ପରିଡା ଡେଲାଙ୍ଗ ଥାନାକୁ ଫୋନ୍ ଯୋଗେ ରାତିରେ ଘଟଣା ସମ୍ପର୍କରେ ଜଣାଇଥିଲେ । ଖବରପାଇ ସଙ୍ଗେ ସଙ୍ଗେ ଡେଲାଙ୍ଗ ଥାନା ଆଇଆଇସି ଅସିତ କୁମାର ମହାନ୍ତିଙ୍କ ସହିତ ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ ମଲ୍ଲିକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଘଟଣା ସ୍ଥଳରୁ ଫୁଟିଥିବା ବୋମାର ଛିଣ୍ଡା ସୁତୁଲି ଗୋଡି ଆଦି ଜବତ କରି ବୋମାମାଡରେ କ୍ଷତିଗ୍ରସ୍ତ ହୋଇଥିବା କାନ୍ଥର ପଲସ୍ତରା ଛାଡି ଯାଇଥିବା ଦେଖିଥିଲେ । ଏହି ଘଟଣା ପରେ ଶ୍ରୀ ପରିଡାଙ୍କ ପରିବାର ଭୟଭୀତ ହୋଇ ପଡିଛନ୍ତି । ପୋଲିସ ଉକ୍ତ ଘଟଣାକୁ ଗମ୍ଭୀରତାର ସହ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଜଣାପଡ଼ିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories