www.samajalive.in
Friday, December 12, 2025
15.1 C
Bhubaneswar

ଶେଷ ପର୍ୟ୍ୟାୟରେ କୋଣାର୍କ ଉତ୍ସବ ପ୍ରସ୍ତୁତି

କୋଣାର୍କ : ଚଳିତ ବର୍ଷ କୋଣାର୍କ ଉତ୍ସବ ନିମନ୍ତେ ରାଜ୍ୟ ପର୍ୟ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ଉଜ୍ବଳ ଆଲୋକ ସଜ୍ଜା, ଚନ୍ଦ୍ରଭାଗାର ଆନ୍ତର୍ଜାତୀୟ ଵାଲୁକା କଳା ପ୍ରଦର୍ଶନ ସାଙ୍ଗକୁ ନୃତ୍ୟାଗଂନା ମାନଙ୍କ ନୂପୁରର ତାଳେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଏକ ଵଣ୍ନାଢ ପରିସର ସୃଷ୍ଟି ହେବା ସହ ପର୍ୟ୍ୟଟନ କ୍ଷେତ୍ର କୋଣାର୍କ ଚଳଚଞ୍ଚଳ ହୋଇଉଠିଛି । ଚଳିତ ବର୍ଷ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱ କରିବେ। ଏହି ଆନ୍ତର୍ଜାତୀୟ ଵାଲୁକା କଳା ପ୍ରଦର୍ଶନ ପାଇଁ ଭାରତ ତଥା ଭାରତ ବାହାରୁ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ମାନେ ନିଜ ନିଜର ପ୍ରତିଭା ପଦର୍ଶନ କରିବେ। ସେହିପରି ବସନ୍ତ ମଞ୍ଜରୀ ପାଠାଗାର ପକ୍ଷରୁ ଵିଶାଳ ଗଣଦୌଡ, କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର, କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ସ୍ଵେଚ୍ଛାସେବୀ ବର୍ଷ ପାଳନ, ପ୍ରେସ କ୍ଲବ୍ ପକ୍ଷରୁ ସାଇକେଲ ପ୍ରତିଯୋଗିତା ଵିଶେଷ କରି ଚଳିତ ବର୍ଷର କୋଣାର୍କ ଉତ୍ସବ କୁ ଅଧିକ ସରସ ସୁନ୍ଦର କରିବା ଦିଗରେ ବିଶେଷ ସହାୟକ ହେବ। କୋଣାର୍କ ହେଲିପ୍ୟାଡ ଠାରେ ତିନି ଗୋଟି ଅପେରା ପାର୍ଟି ଦ୍ଵାରା ଯାତ୍ରା ପରିବେଷଣ ସାଂଗକୁ ମୀନାବଜାର ପର୍ୟ୍ୟଟକ ମାନଙ୍କୁ ଖୁସି ପ୍ରଦାନ କରିବା ନେଇ ଆଶା କରାଯାଉଛି।
କୋଣାର୍କ ଉତ୍ସବ ନିମନ୍ତେ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ ପ୍ରତ୍ୟକ୍ଷ ତତ୍ଵାବଧାନରେ ପ୍ରସ୍ତୁତି ପର୍ବକୁ ତଦାରଖ କରିବା ସହ ଚଳିତ ବର୍ଷ କୋଣାର୍କ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରାଯିବା ସହ ସଫଳ ରୂପାୟନ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories