ବଲାଙ୍ଗୀର : ଫସଲହାନୀ ସହି ନପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ପୁଇଁତଳା ବ୍ଲକ ବୁବେଲ ଗାଁର ଚାଷୀ ରମେଶ ଭୋଇ ଆତ୍ମହତ୍ୟା କରିଥିବା ନେଇ ଆଜି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଗତକାଲି ବିଲରେ ସେ ବିଷ ପିଇ ଦେଇଥିଲେ। ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଚାଷ କରିଥିବା ୧୦ ଏକରରୁ ୫ ଏକରରେ ଚକଡା ପୋକ ମାଡି ଯାଇଥିଲା। ଦୁଃଖରେ ଭାଙ୍ଗିପଡି ବିଷ ପିଇ ଦେଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
Popular Categories



