www.samajalive.in
Saturday, December 6, 2025
14.1 C
Bhubaneswar

ଗାଁ ମହିଳାଙ୍କୁ ରୋଜଗାର ଯୋଗାଉଛି ମିଶନ ଶକ୍ତି

ଗୁଣପୁର : ଦିନେ ପେଟ ପାଟଣା ପାଇଁ ପର ଘରେ ମୂଲ ଲାଗିବାକୁ ପଡୁଥିଲା ମହିଳାଙ୍କୁ । ବର୍ତମାନ କିନ୍ତୁ ସମୟ ସ୍ରୋତରେ ସବୁ କିଛି ବଦଳି ଯାଇଛି । ଯିଏ ବଂଚିବା ପାଇଁ କାମ ଖୋଜୁଥିଲା ଆଜି ସେ ଦୃଢ ଇଚ୍ଛା ଶକ୍ତି ବଳରେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଦିନ ମଜୁରିଆରୁ ଛେଳି ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି ଗୁଣୁପୁର ବ୍ଲକ ଉପାନ୍ତ ଅଂଚଳର ମାନ୍ଦାଗୁଡ଼ା ଗାଁ ମହିଳା। ଆଉ ଏମାନଙ୍କୁ ସହଯୋଗର ହାତ ବଢାଇଛି ମିଶନ ଶକ୍ତି ।
ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଗୋଠଳପଦର ପଂଚାୟତରେ ଅବସ୍ଥିତ ମାନ୍ଦାଗୁଡା ଗ୍ରାମ । ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ ଏହି ଅଂଚଳ ପୂର୍ବରୁ ନକ୍ସଲ ପ୍ରବଣ ଅଂଚଳ ଭାବେ ପରିଚିତ ରହିଥିଲା , ତେବେ ସ୍ଥିତି ସ୍ବାଭାବିକ ହେବା ପରେ ଏହି ଗାଁ ମହିଳାଙ୍କ ଜୀବନ ଧାରଣାରେ ଆସୁଛି ସୁଧାର । ଦିନ ମଜୁରିଆ ଭାବେ ଜୀବନ ବିତାଉଥିବା ମହିଳାମାନେ ଏବେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ନୂଆଁ ନୂଆଁ ଚାଷ ଆପଣାଉଛନ୍ତି । ଏଠାକାର ଲୋକଙ୍କ ଜୀବନ ଜୀବିକା କହିଲେ ଚାଷ କାମ କିନ୍ତୁ ଏଠାକାର ମହିଳାମାନଙ୍କ ଇଚ୍ଛା ଶକ୍ତି ବଳରେ ଦିନ ମଜୁରିଆରୁ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ନିଜେ ରୋଜଗାରକ୍ଷମ ହେବାର ଲକ୍ଷ୍ୟ ରଖିଛନ୍ତି।

ଏମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସହଯୋଗର ହାତ ବଢାଇଛି ମିଶନ୍ ଶକ୍ତି । ଗ୍ରୁପ ଗଠନ ପୂର୍ବରୁ ଏହି ମହିଳାମାନେ ଦିନ ମଜୁରିଆ ଭାବେ ଖଟି ନିଜର ଗୁଜରାଣ ମେଂଟାଉ ଥିଲେ । ୨୦୨୨ ମସିହାରେ ଗାଁର ୨୦ଜଣ ମହିଳା ଏକାଠି ହୋଇ ଆରମ୍ଭ କରିଛନ୍ତି “ ମା ସମଲେଶ୍ବରୀ ଓ ମହାମୟୀ “ ନାମକ ଦୁଇ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ” । ମିଶନ ଶକ୍ତି ମାଧ୍ୟମରେ ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ଲୋନ ଆଣି ଏହି ସ୍ବୟଂ ସହୟକା ଗୋଷ୍ଠୀର ମହିଳା ମାନେ ଆରମ୍ଭ କରିଛନ୍ତି ଏହି ଛେଳି ଚାଷ।
ପ୍ରାଣୀ ସମ୍ପଦ ବିଭାଗ ଓ ମିଶନ ଶକ୍ତି ଆନୁକୂଲ୍ୟରେ ପ୍ରତି ଗ୍ରୁପ ପିଛା ୩୨ ଗୋଟି ଛେଳି ପ୍ରଦାନ କରାଯାଇଛି । ବର୍ତମାନ ଉଭୟ ଗୋଷ୍ଠୀ ସଦସ୍ୟାଙ୍କ ନିକଟରେ ୯୦ ରୁ ଉର୍ଦ୍ଧ ଛେଳି ରହିଥିବା ବେଳେ ଛେଳି ଚାଷ ପାଇଁ ଆଣିଥିବା ଋଣ ମଧ୍ୟ ଧୀରେ ଧୀରେ ଗ୍ରୁପର ସଦସ୍ୟା ମାନେ ପରିଶୋଧ କରୁଛନ୍ତି ।
ଛେଳି ମାନଙ୍କ ରକ୍ଷଣାବେକ୍ଷଣ ଓ ଲାଳନ ପାଳନ ସହ ସମସ୍ତ କାମ କରୁଛନ୍ତି ଗ୍ରୁପର ସଦସ୍ୟାମାନେ । ଏହି ସ୍ବୟଂ ସହାୟକ ଗୋଷ୍ଠୀର ଛେଳି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଭବିଷ୍ୟତରେ ଏହି ସବୁ ଛେଳିକୁ ବିକ୍ରୀ କରି ଦୁଇ ପଇସା ରୋଜଗାର କରି ପାରିବେ ବୋଲି ଆଶା ରଖିଛନ୍ତି ସଦସ୍ୟାମାନେ ।
ମିଶନ ଶକ୍ତି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ସେମାନଙ୍କର ଆର୍ଥିକ ସ୍ଥିତିରେ ବେଶ ସ୍ବଚ୍ଛଳ କରିବା ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ବାସ୍ତବରେ ଏହି ଉପାନ୍ତ ଅଂଚଳର ଜନ ଜାତି ମହିଳାଙ୍କ ନିଆରା ପ୍ରୟାସ ଅନ୍ୟ ମହିଳା ମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା ପାଲଟିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories