ଡେସ୍କ: ମହାନ ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଦିବସକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରାଯିବ। ନଭେମ୍ବର ୧୫ରୁ ୨୬ ପର୍ଯ୍ୟନ୍ତ ଏହି ଦିବସକୁ ସର୍ବଭାରତୀୟସ୍ତରରେ ପାଳନ କରାଯିବ। ଏନେଇ ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନ ପକ୍ଷରୁ ଆଦିବାସୀ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଚୟନ ହୋଇଥିବା ୬୦ ଜଣ ଆଦିବାସୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଏ ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ କଳାତ୍ମକ ପ୍ରତିଭାକୁ ସାମ୍ନାକୁ ଆଣିବାକୁ ବିଭାଗ ସର୍ବଦା ପ୍ରୟାସ ଜାରି ରଖୁଛି। ଆଦିବାସୀଙ୍କ ସଂସ୍କୃତି ଓ ଐତିହ୍ୟକୁ ମଞ୍ଚ ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। “ଆଦିବାସୀ ଜୀବନଶୈଳୀ ଓ ସଂସ୍କୃତି” ବିଷୟବସ୍ତୁ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିବା ବେଳେ ବିଜୟୀ ହୋଇଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।
ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଅଧ୍ୟାପକ ମାନସ ରଞ୍ଜନ ଜେନା ଓ ବି.କେ କଲେଜ୍ ଅଫ୍ ଆର୍ଟ୍ ଆଣ୍ଡ କ୍ରାଫ୍ଟର ଅଧ୍ୟାପକ ଚନ୍ଦ୍ରଶେଖର ସେଠୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।



