www.samajalive.in
Friday, December 12, 2025
14.1 C
Bhubaneswar

ଜାନୁଆରୀ ୨୧ରେ ସୈନିକ ସ୍କୁଲ ନାମଲେଖା ପ୍ରବେଶିକା ପରୀକ୍ଷା, ଡିସେମ୍ବର ୧୬ ଆବେଦନର ଶେଷ ତାରିଖ

ଡେସ୍କ: ଦେଶର ୩୩ଟି ସୈନିକ ସ୍କୁଲରେ ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ୨୧ ଜାନୁଆରୀ ୨୦୨୪ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଆୟୋଜନ କରାଯାଉଛି। ପ୍ରବେଶିକା ପରୀକ୍ଷା ଦେଶର ୧୮୬ଟି ସହରରେ ଅନୁଷ୍ଠିତ ହେବ। ୮ ନଭେମ୍ବର ୨୦୨୩ ଠାରୁ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ୧୬ ଡିସେମ୍ବର ୨୦୨୩ ଶେଷ ତାରିଖ ରଖାଯାଇଛି।

ଇଚ୍ଛୁକ ଛାତ୍ରଛାତ୍ରୀ ଓ ଅଭିଭାବକ ଏନଟିଏ ୱେବସାଇଟ୍ https://aissee.ntaonline.inରେ ଆବେଦନ କରି ପଞ୍ଜୀକରଣ କରିପାରିବେ। ଭୁବନେଶ୍ୱର ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ୮୦ ଛାତ୍ର ୧୦ ଛାତ୍ରୀ ଏବଂ ନବମ ଶ୍ରେଣୀରେ ୧୫ ଛାତ୍ର ଓ ଜଣେ ଛାତ୍ରୀ ନାମ ଲେଖାଇପାରିବେ। ଷଷ୍ଠ ଶ୍ରେଣୀରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କୌଣସି ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ୧୩ରୁ ୧୫ ବର୍ଷର ଛାତ୍ରଛାତ୍ରୀ ସୈନିକ ସ୍କୁଲରେ ନବମ ଶ୍ରେଣୀରେ ନାମ ଲେଖାଇ ପାରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories