www.samajalive.in
Saturday, December 6, 2025
17.1 C
Bhubaneswar

ଭିଭିଆନ ରିଚାର୍ଡସ୍‌ କହିଲେ ଭାରତୀୟ ଦଳର ସଫଳତାର ରହସ୍ୟ

ନୂଆଦିଲ୍ଲୀ: କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିବା ସହ ଲିଗ୍‌ ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ସମସ୍ତ ମ୍ୟାଚ୍‌ ଜିତି ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳର ଏପରି ପ୍ରଦର୍ଶନକୁ ଉଚ୍ଚପ୍ରଶଂସା କରିଛନ୍ତି ୱେଷ୍ଟଇଣ୍ଡିଜ ପୂର୍ବତନ କ୍ରିକେଟର୍ ଭିଭିଆନ ରିଚାର୍ଡସ୍‌।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରିଚାର୍ଡସ୍‌ କହିଥିଲେ ସକାରାତ୍ମକ ମନୋଭାବ ନେଇ କ୍ରିକେଟ୍‌ ଖେଳିବା ଫଳରେ ଭାରତୀୟ ଦଳକୁ ଏପରି ସଫଳତା ମିଳିଛି। ସକରାତ୍ମକ ମନୋଭାବ ସହ ଆକ୍ରମଣାତ୍ମକ ପ୍ରଦର୍ଶନ ଭାରତୀୟ ଦଳକୁ ଅପରାଜୟ କରିଛି। ଯଦି ଦଳ ଏପରି ପ୍ରଦର୍ଶନ ଜାରି ରଖେ ତେବେ ନିଶ୍ଚିତ ଭାବେ ବିଶ୍ବକପ୍‌ ଜିତିବ। ଭାରତ ସେମିଫାଇନାଲରେ ପ୍ରବେଶ କରିଥିବାରୁ ନିଜ ମନୋଭାବରେ କୌଣସି ପ୍ରକାର ପରିବର୍ତ୍ତନ ଆଣିବା ଅନୁଚିତ୍‌ ବୋଲି ରିଚାର୍ଡସ୍‌ ସ୍ପଷ୍ଟ କରି ଦେଇଛନ୍ତି। ଭାରତର ତାରକା ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଚଳିତ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରି ଆସୁଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ରିଚାର୍ଡସ୍‌। କୋହଲିଙ୍କ ସେ ଜଣେ ବଡ଼ ପ୍ରଶଂସକ ବୋଲି ରିଚାର୍ଡସ୍‌ କହିବା ସହ ନିଜ ବ୍ୟାଟିଂ ବଳରେ କୋହଲି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ଭାବେ ନିଜକୁ ପ୍ରମାଣିତ କରିଥିବା ରିଚାର୍ଡସ୍‌ କହିଛନ୍ତି। ବିଶ୍ବକପ୍‌ ପୂର୍ବରୁ କୋହଲିଙ୍କ ସମ୍ମୁଖରେ ଏକାଧିକ ଆହ୍ବାନ ରହିଥିଲା ତେବେ ତାଙ୍କୁ ସାଥୀ ଖେଳାଳି ଓ ମ୍ୟାନେଜମେଣ୍ଟ ତରଫରୁ ଯେଉଁ ସମର୍ଥନ ମିଳିଥିଲା ତାହା ପ୍ରଶଂସନୀୟ ବୋଲି ରିଚାର୍ଡସ୍‌ କହିଥିଲେ। କୋହଲି ମାନସିକ ସ୍ତରରେ ବେଶ୍‌ ଦୃଢ଼ ହୋଇଥିବାରୁ ଦୀର୍ଘବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସଫଳତା ପାଇ ଆସୁଛନ୍ତି ବୋଲି ସେ କହିଥିଲେ। କୋହଲିଙ୍କ ବ୍ୟତୀତ ଯୁବ ଭାରତୀୟ ଓପନର୍‌ ଶୁବମାନ ଗିଲ୍‌ଙ୍କୁ ପ୍ରଶଂସା କରିଥିଲେ ରିଚାର୍ଡସ୍‌। ଶୁବମାନ ଯେପରି ଶୈଳୀରେ ବ୍ୟାଟିଂ କରୁଛନ୍ତି ତାହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସେ ବିଶ୍ବର ଜଣେ ନାମକରା ବ୍ୟାଟସମ୍ୟାନ୍‌ ଭାବେ ପରିଗଣିତ ହେବେ ବୋଲି ରିଚାର୍ଡସ୍‌ ଆଶାବ୍ୟକ୍ତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories