www.samajalive.in
Sunday, December 14, 2025
19.1 C
Bhubaneswar

ମାଟି ତଳୁ ନାବାଳିକାର ମୃତ ଦେହ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଥାନା ତଳଦଣ୍ଡିକିଆ ପଞ୍ଚାୟତ ଜୋକେ ଛକ ନିକଟ କରଡ଼ା ଜଙ୍ଗଲରେ ପ୍ରାୟ ପଞ୍ଚାଫୁଟ ଗଭୀର ମାଟିକୁ ଖୋଳି ଜଣେ ୧୭ ବର୍ଷୀୟ ନାବାଳିକାର ଶବକୁ ଉଦ୍ଧାର କରିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପୁଲିସ। ମୃତ ନାବାଳିକା ଜଣକ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡା ଗାଁର ବିପ୍ରବର ନାୟକଙ୍କ ଝିଅ ତୁଳସୀ ନାଏକ ବୋଲି ଜଣାପଡିଛି। ପୁଲିସ ସୂଚନା ଅନୁସାରେ ମୃତ ନାବାଳିକା ଜଣକ ସୋରଡା ଗାଁର ଜଣେ ବିବାହିତ ଯୁବକଙ୍କୁ ଭଲ ପାଉଥିଲେ ଓ ତାଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସିଥିଲେ। କିନ୍ତୁ ପରିବାର ଲୋକ ଦୁହିଙ୍କ ପ୍ରେମ ସମ୍ପର୍କକୁ ଅସ୍ବୀକାର କରିବା ସହ ଗତ ବୁଧବାର ଦିନ ମୃତ ନାବାଳିକାଙ୍କ ବାପା ବିପ୍ରବର ନାୟକ ନିଜ ଝିଅ ତୁଳସୀକୁ କୁଆଡେ ପ୍ରବଳ ମାଡ ମାରିଥିଲେ। ଏହାପରେ ଗତ ଶୁକ୍ରବାର ଦିନ ତୁଳସୀ ଘରେ କେହି ନଥିବାର ସୁଯୋଗ ନେଇ ବିଷ ଖାଇ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ପାଇଛି। ଲୋକ ଲଜ୍ଜା ଭୟରେ ମୃତ ତୁଳସୀର ବାପା ବିପ୍ରବର ତାଙ୍କ ସମ୍ପର୍କୀୟ ପୁତୁରାଙ୍କ ସହ ମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଏକ ଗାଡ଼ିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଜୋକେ ଛକ ନିକଟରେ ଥିବା କରଡ଼ା ଜଙ୍ଗଲରେ ନାବାଳିକାର ଶବକୁ ଆଣି ମାଟି ତଳେ ପୋତି ଦେଇ ଫେରାର ହୋଇଯାଇଥିଲେ। ପରିବାର ତରଫରୁ ଝିଅ ଘରେ ନଥିବା ନେଇ କୌଣସି ଏତଲା ଦିଆଯାଇ ନଥିବା ବେଳେ କୌଣସି ସୂତ୍ରରୁ ଘଟଣାର ସୂଚନା ପାଇ ନୂଆଗାଁ ଥାନା ପୁଲିସ ନିଜ ଆଡୁ ଏକ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରଥମେ ଶବ ପୋତିବାରେ ସହଯୋଗ କରିଥିବା ବିପ୍ରବରର ପୁତୁରାକୁ ଥାନାକୁ ଆଣି ପଚରା ଉଚୁରା କରିବା ସମୟରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା। ତେବେ ଶନିବାର ସକାଳୁ ନୂଆଗାଁ ଥାନା ଅଧିକାରୀ ନାରାୟଣ ଲେଙ୍କାଙ୍କ ନେତୃତ୍ୱରେ ଦଶପଲ୍ଲା ଥାନା ଅଧିକାରୀ ଓ ନୟାଗଡ଼ ସଦର ଏସଡ଼ିପିଓଙ୍କ ତେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଫିରିଙ୍ଗିଆ ଆସି ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ସହଯୋଗରେ ଘଟଣାସ୍ଥଳରେ ପହଞ୍ଚି ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେଙ୍କ ଉପସ୍ଥିତିରେ ମାଟିତଳୁ ଶବ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରିଥିବା ଜଣାପଡିଛି। ଅନ୍ୟପଟେ ଘଟଣା ସ୍ଥଳରେ ଫୁଲବାଣୀ ସାଇଣ୍ଟିଫିକ ଟିମ ମଧ୍ୟ୍ୟ ପହଞ୍ଚି ତଦନ୍ତ କରିଥିବା ବେଳେ ଏହି ଘଟଣାକୁ ନେଇ ନୂଆଗାଁ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ବିପ୍ରବରଙ୍କ ସମ୍ପର୍କୀୟ ପୁତୁରା କାଳିଆ ନାଏକ ଏବଂ ଲାଲୁ ନାଏକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ପୁଲିସ ସୂଚନା ଦେଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories