www.samajalive.in
Sunday, December 14, 2025
23.1 C
Bhubaneswar

ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଜି.ଉଦୟଗିରି : ଚଳିତ ମାସ ୨୯ ତାରିଖରେ ଜି.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦରେ ହେବାକୁ ଥିବା ଅଧ୍ୟକ୍ଷା ଉପ ନିର୍ବାଚନ ନିମନ୍ତେ ଶନିବାର ଶେଷ ଦିନରେ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡିର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପଟୁଆରରେ ଯାଇ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ। କଂଗ୍ରେସ ପକ୍ଷରୁ ମଧୁଲିନା ଦିଗାଲ ନାମାଙ୍କନ ପତ୍ର ଦାଖଲ ବେଳେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପୂର୍ବତନ ଜି.ଉଦୟଗିରି ବିଧାୟିକା ଅଜୟନ୍ତି ପ୍ରଧାନ, ଘନ ଶବର, ଜାକେଶ  ପ୍ରଧାନ, ବିଜୟ ଚନ୍ଦ୍ର ପ୍ରଧାନ, ଅଞ୍ଜୁମ ଅହମ୍ମଦ, ସୂର୍ଯ୍ୟକାନ୍ତ ନାୟକ ସଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ପକ୍ଷରୁ ଦେବସ୍ମିତା ଶତପଥି ନାମାଙ୍କନ ପତ୍ର ଦାଖଲ କରୁଥିବା ବେଳେ  ଜି.ଉଦୟଗିରି ବିଧାୟକ ତଥା କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସାଲୁଗା ପ୍ରଧାନ, ଜିଲ୍ଲା ପ୍ରଭାରୀ ବିଜୟ ନାୟକ, କ୍ଳେଶ ପ୍ରଧାନ, ପୁନମ କହଁର,ସରୋଜ କର୍ଣ୍ଣ, ରୋଦନ ମଲ୍ଲିକ, ଜି.ଉଦୟଗିରି ବ୍ଳକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଦିଲ୍ଲୀପ କହଁର,  ଅନୀମା କହଁର ସ୍ଥାନୀୟ ଏନଏସି ବିଜେଡି ସଭାପତି ଗୋପାଳକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବିଜେପି ପକ୍ଷରୁ ରଞ୍ଜିତା ନାୟକ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ତାଙ୍କ ସହ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ନଗର ବିଜେପି ସଭାପତି ଉଦେଶନ ପ୍ରଧାନ, ରାମବିଶି ଦିଗାଳ, ଫୁଲବାଣୀ ମୁନିସପାଲଟି ଅଧ୍ୟକ୍ଷା ସ୍ମୀତାରାଣୀ ମହାନ୍ତି, ବନ ମହାନ୍ତି, ତପନ ପାଢୀ, ଅବନେଶ୍ବର ପ୍ରଧାନ ଏନଏସି ବିଜେପି ସଭାପତି ଉଦେଶନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଆସନ୍ତା ୧୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୯ରେ ମତଦାନ ଏବଂ ୩୦ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବ। ଜୁଲାଇ ୧୭ରେ ପୂର୍ବତନ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ବିୟୋଗ ପରେ ଅଧ୍ୟକ୍ଷା ପଦ  ଖାଲି ପଡ଼ିଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories