www.samajalive.in
Sunday, December 14, 2025
14.1 C
Bhubaneswar

କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ ସହର

ଭଦ୍ରକ: କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଛି ଭଦ୍ରକ ସହର। ବର୍ଷକରେ ଥରେ ଏହି ପୂଜା ପାଇଁ ସହରର ଦୋକାନ ବଜାରଗୁଡିକରେ ମଧ୍ୟ ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ସହରର ୧୦ଟି ପୂଜାମଣ୍ଡପରେ ପାରମ୍ପରିକ ପୂଜା ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ମୂର୍ତ୍ତିଗଢାଠାରୁ ଆରମ୍ଭ କରି ପାର୍ଶ୍ବମୂର୍ତ୍ତି ତଥା ବାରୁଆଳି ନିର୍ମାଣ ସରିଛି। ଦୀପାବଳି ରାତିରେ ପୂଜା ପାଇବେ ମା’। ତା’ପୂର୍ବରୁ ଶିଳ୍ପୀର ଶେଷ ସ୍ପର୍ଶ ଲାଗିଛି ପୂଜା ମଣ୍ଡପରେ। ଏଥିସହିତ ତୋରଣ ଓ ଆଲୋକମାଳାର ସାଜସଜ୍ଜା କ୍ଷୀପ୍ର ଗତିରେ ଆଗେଇ ଚାଲିଛି। ଚରମ୍ପାରେ ୧୨ ତାରିଖ ଦୀପାବଳିଠାରୁ ୭ ଦିନ ଧରି ବିଭିନ୍ନ ମଣ୍ଡପରେ କାଳୀପୂଜା ଅନୁଷ୍ଠିତ ହେବ।

- Advertisement -

ସୂଚନା ଥାଉକି, କାଳୀପୂଜାରେ ରାଜ୍ୟ ବାହାରୁ ଶହଶହ ବ୍ୟବସାୟୀଙ୍କ ଭଦ୍ରକକୁ ଆଗମନ ହୁଏ। ଚାଲୁଣି ଛୁଞ୍ଚିଠାରୁ ଆରମ୍ଭ କରି ଘରକରଣା ଜିନିଷ ସବୁକିଛି ମିଳେ ପୂଜାରେ। ଏହା ଭଦ୍ରକ କାଳୀପୂଜାର ଅନ୍ୟତମ ଆକର୍ଷଣ। ଏଥିପାଇଁ ଜିଲା ତଥା ରାଜ୍ୟ ବାହାରୁ ଆସିଥିବା ଛୋଟବଡ଼ ବ୍ୟବସାୟୀ, ମୀନାବଜାର, ରାମଦୋଳି ବହୁ ଦୋକାନୀ ଭଦ୍ରକରେ ପହଞ୍ଚିବାରେ ଲାଗିଛନ୍ତି। ଏଥିସହିତ ଏକାଧିକ ଯାତ୍ରାପାର୍ଟି କାଳୀପୂଜାରେ ଅପେରା ଶୋ’ କରିବା ଲାଗି ବ୍ୟାନର ଛାଇ ଦେଲେଣି। ପଥରକାଳୀ ମଣ୍ଡପ, ଟ୍ରାଫିକ କାଳୀ ମଣ୍ଡପ, ରେଳବାଇ ପିଡବ୍ଲ୍ୟୁଆଇ କାଳୀ, ଡଗରାସାହି ମଣ୍ଡପ, ଓଏସଆରଟିସ ମଣ୍ଡପ, ପାଟଣା ସାହି, ଚରମ୍ପା ସ୍କୁଲ ରୋଡ୍‌‌, ବାସନ୍ତୀଦୁର୍ଗା ମଣ୍ଡପ, ଏରେଇଁ ପୂଜା ମଣ୍ଡପରେ ପୂଜା ପାଇବେ ମା’। ସେହିଭଳି ସହରର ବାଇପାସ ରାଜଘାଟ ପୂଜାମଣ୍ଡପରେ ମଧ୍ୟ ଧୁମଧାମରେ କାଳୀ ପୂଜା ଅନୁଷ୍ଠିତ ହେବ। ସେହିଭଳି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜା ସାଙ୍ଗକୁ ସପ୍ତମାତୃକା ବେଶ ଦୀପାବଳିଠାରୁ ୭ଦିନ ପର୍ଯ୍ୟନ୍ତ ଚାଲିବ। ସ୍ୱତନ୍ତ୍ର ପୂଜାପାଠ ସାଙ୍ଗକୁ ମହାଯଜ୍ଞ ଆୟୋଜିତ ହେବ। ପୂଜାକୁ ଆକର୍ଷଣୀୟ କରିବା ଲାଗି ବିଭିନ୍ନ ମଣ୍ଡପରେ କମିଟି କର୍ମକର୍ତ୍ତାମାନେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଏଥିପାଇଁ ପୂଜାମଣ୍ଡପ ତଥା କମିଟିଗୁଡିକ ମଧ୍ୟ ସୁସ୍ଥ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସବୁ ମଣ୍ଡପରେ ଲକ୍ଷଲକ୍ଷ ଟଙ୍କା ସାଜସଜ୍ଜାରେ ଖର୍ଚ୍ଚ ହେଉଛି। ଚଳନ୍ତି ଖବର, ପୌରାଣିକ କଥାବସ୍ତୁ, ସାମାଜିକ ସଚେତନ ଧର୍ମୀ କଥାବସ୍ତୁକୁ ନେଇ ବାରୁଆଳି ନିର୍ମାଣ ଚାଲିଛି।

ଉଲ୍ଲେଖ ଥାଉକି, ଶତାଧିକ ବର୍ଷ ତଳେ ଜଣେ ଦକ୍ଷିଣ ଭାରତୀୟ ରେଳ କର୍ମଚାରୀଙ୍କ ଦ୍ୱାରା ରେଳବାଇ ପରିସରରେ ପ୍ରଥମେ କାଳୀପୂଜା ପୂଜା ଆରମ୍ଭ ହୋଇଥିଲା ଯାହା ଏବେ ମହୋତ୍ସବରେ ପରିଣତ ହୋଇ ସାରାରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି। ତେବେ ଚଳିତ ବର୍ଷ ଅଦ୍ୟାବଧି ପ୍ରତିକୂଳ ପାଗ ନେଇ କୌଣସି ପୂର୍ବାନୁମାନ ହୋଇନଥିବାରୁ ଏଥର କାଳୀପୂଜା ମହୋତ୍ସବକୁ ନେଇ ସ୍ୱାଭାବିକ ଭାବେ ସାଧାରଣରେ ଉତ୍ସାହ ପରିଲକ୍ଷିତ ହୋଇଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories