www.samajalive.in
Sunday, December 14, 2025
26.1 C
Bhubaneswar

ଶନିବାର ରାଶିଫଳ (୧୧.୧୧.୨୦୨୩)

ମେଷ :  ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ; ମାତ୍ର ଧନ କ୍ଷୟ ହୋଇପାରେ। ସୁସ୍ଥ ରହିବେ। ସ୍ନେହ, ଶ୍ରଦ୍ଧା ପାଇ ସହାୟକଙ୍କ ନିକଟରେ କୃତଜ୍ଞ ହେବେ। ଋଣ ପରିଶୋଧ କରି ଧନହୀନ ହୋଇପାରନ୍ତି।

ବୃଷ :  ନିଧି ପ୍ରାପ୍ତିରେ ଚିତ୍ତ ସନ୍ତୁଷ୍ଟ ହେବ। ବହୁ ସୁଖର ଅଧିକାରୀ ହେବେ। ପତ୍ନୀ ପ୍ରତିପ୍ରାଣା ହୋଇପାରନ୍ତି। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବୁଦ୍ଧିମାନ୍‌ ହେବେ। ଘାତଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ।

ମିଥୁନ : ପ୍ରିୟଜନ, ଆତ୍ମୀୟ ଓ ବନ୍ଧୁବାନ୍ଧବ ସମେତ ବହୁ ସୁଖର ଅଧିକାରୀ ହେବେ। କୁଳ ପ୍ରଧାନ ହୋଇପାରନ୍ତି। ସଦାସର୍ବଦା ବିନୀତ ସ୍ବଭାବସମ୍ପନ୍ନ ହେବେ। ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ପରିଶ୍ରମର ମୂଲ୍ୟ ମିଳିବ।

କର୍କଟ : ଚିନ୍ତାଧାରା ଉନ୍ନତମାନର ହେବ। ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଅଶାନ୍ତିର ଅବସାନ ଘଟିବ। ସରକାରୀ ସ୍ତରରେ ଲାଭବାନ୍‌ ହେବେ।

ସିଂହ : ସ୍ବଚ୍ଛ ଧନ ପ୍ରାପ୍ତିର ସୂଚନା ମିଳୁଛି। ସଂସ୍ଥାର ଅଧିପତି ବା ଉପଯୁକ୍ତ ପରାମର୍ଶଦାତା ହୋଇପାରନ୍ତି। ପୁତ୍ର ସନ୍ତାନର ଲାଳସା ଅଛି। ମଧ୍ୟମ ଧରଣର ଶୁଭଫଳ ମିଳିବ। ପ୍ରତିଶୋଧର ସମ୍ମୁଖୀନ ହୋଇପାରନ୍ତି।

କନ୍ୟା : ମତିଗତି ପ୍ରେମପୂର୍ଣ୍ଣ ହୋଇପାରେ। ଚାରୁଚନ୍ଦ୍ର ସଦୃଶ ମୁଖମଣ୍ଡଳ ଶୋଭା ପାଇବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଧର୍ମ ଧ୍ବଜାଧାରୀ ହେବେ। ଜ୍ୟେଷ୍ଠ ଓ ଶ୍ରେଷ୍ଠ ସମ୍ମାନଧାରୀ ହୋଇପାରନ୍ତି।

ତୁଳା : ଅପବ୍ୟୟରୁ ବର୍ତ୍ତିବା ପାଇଁ ଉଦ୍ୟମ ଜାରି ରଖିବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟର ସାମଗ୍ରିକ ଭାବେ ବିଘ୍ନ ଉପୁଜିପାରେ। ତୀର୍ଥଯାତ୍ରୀଙ୍କ ସେବାରେ ଧନ ବ୍ୟୟ କରିବେ।

ବିଛା : ଜଣେ ବିଜ୍ଞ ଓ ସତ୍‌ ପରାୟଣ ବ୍ୟକ୍ତିଭାବେ ଜନସାଧାରଣଙ୍କ ଆଦରର ପାତ୍ର ହେବେ। ବକ୍ତବ୍ୟ ହୃଦୟସ୍ପର୍ଶୀ ହେବ। ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ସୁଖ ସମ୍ମାନ ଲାଭ କରିପାରନ୍ତି।

ଧନୁ :  କୃଷି ଉପରେ ପ୍ରାଧାନ୍ୟ ଦେବେ। ରାଜରାଜୁଡ଼ା ସୁଖ ଭୋଗ କରିପାରନ୍ତି। ମହାନ୍‌ ଜନନାୟକଭାବେ ପୂଜ୍ୟ ହେବେ। ଗୁଣୀ, ଜ୍ଞାନୀରେ ମହିମାମୟ ହୋଇପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ମିଳିବ।

ମକର : ଅଭୀଷ୍ଟ ସିଦ୍ଧି ପ୍ରାପ୍ତିର ସୂଚନା ମିଳୁଛି। ସପତ୍ନୀକ ମହତ୍‌ କାର୍ଯ୍ୟରେ ଯୋଗଦାନ କରି କୃତକାର୍ଯ୍ୟ ହୋଇପାରନ୍ତି। କ୍ଷମତାର ପରିସର ବୃଦ୍ଧି ହୋଇପାରେ। ପ୍ରତିଯୋଗିତାରେ ବିଜୟୀ ହେବେ। ଶୁଭଫଳ ମିଳିବ।

କୁମ୍ଭ : କେହି ଅପବାଦ ଦେଇ ଆପଣଙ୍କ ପୁଣ୍ୟ କ୍ଷୟ କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। କର୍ମଚଞ୍ଚଳ ରହିବେ। ଚିନ୍ତା ଜର୍ଜରିତ ହୋଇପାରନ୍ତି। ବିରୋଧୀଙ୍କୁ ଦୃଢ଼ ଜବାବ ଦେବେ।

ମୀନ : ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବହୁ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ସପତ୍ନୀକ ଆନନ୍ଦ ଉତ୍ସବରେ ସମୟ ବିତାଇ ପାରନ୍ତି। ରୁଚିକର ଭୋଜନ ମିଳିପାରେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories