www.samajalive.in
Sunday, December 14, 2025
23.1 C
Bhubaneswar

ସହରାଞ୍ଚଳର ବିକାଶକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି

ଆଠଗଡ : ରାଜ୍ୟ ସରକାର ରାଜ୍ୟର ସାମଗ୍ରିକ ବିକାଶ ସହିତ ସହରାଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବ୍ୟାପକ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରାଧାନ୍ୟ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଠଗଡ ସହରକୁ ସରସ ସୁନ୍ଦର ଓ ବିକଶିତ କରିବା ଲାଗି ବହୁ ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ଆଠଗଡ ସହରର ୧୮ଟି ଯାକ ୱାର୍ଡର ରାସ୍ତାଘାଟର ଉନ୍ନତି ପାଇଁ ବିଶେଷ କରି ପିଚୁରାସ୍ତା କଡେ କଡେ ଥିବା ମାଟି ଉପରେ ପେଭର ବ୍ଲକ ପକାଇବା କାର୍ଯ୍ୟ ପାଇଁ ରାଜ୍ୟ ସରକାର ୫କୋଟି ୭୧ଲକ୍ଷ ୨୨୬୮୫ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ । ସେଥିମଧ୍ୟରୁ ଏନଏସିର ୱାର୍ଡ ନଂ୧, ୨, ୩, ୫, ୮, ୯, ୧୬ ଓ ୧୮ରେ ପ୍ରାୟ ଏକ କୋଟି ୯୧ ଲକ୍ଷ ୪୫ ହଜାର ୮୧୫ଟଙ୍କା ବ୍ୟୟରେ ରାସ୍ତାକଡରେ ପେଭର ବ୍ଲକ ବିଛାଇବା କାର୍ଯ୍ୟ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଠଗଡ ସହରକୁ ଏକ ସୁନ୍ଦର ସହର ଭାବେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ନଗରପାଳ ସସ୍ମିତା ରାଉତ ପୌରୋହିତ୍ୟ କରିଥିବା ବେଳେ ଉପ ନଗରପାଳ ବି. ଶୁଭ୍ରଶଙ୍କର ଜ୍ୟୋତି ଏବଂ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories