www.samajalive.in
Sunday, December 14, 2025
26.1 C
Bhubaneswar

ଆଠଗଡ ମହୋତ୍ସବ ପ୍ରସ୍ତୁତି ବୈଠକ

ଆଠଗଡ :  ଆଠଗଡ ପ୍ରଶାସନ ପକ୍ଷରୁ ଗତବର୍ଷ ଆରମ୍ଭ ହୋଇଥିବା ଆଠଗଡ ମହୋତ୍ସବ ଚଳିତ ବର୍ଷ ଡିସେମ୍ବର ୧୫-୧୯ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଆୟୋଜିତ ହେବ । ଏଥିପାଇଁ ଶୁକ୍ରବାର ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବକୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ତରାଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆସନ୍ତା ନଭେମ୍ବର ୧୪ତାରିଖ ଶିଶୁ ଦିବସରେ ଆଠଗଡ ସହରର ୩ଟି ସ୍ଥାନରୁ ଗଣ ପଦଯାତ୍ରା ବାହାରି ମହୋତ୍ସବ ପଡିଆରେ ପହଞ୍ଚିବା ପରେ ସେଠାରେ ମହୋତ୍ସବର ପତାକା ଉତ୍ତୋଳନ ପୂର୍ବକ ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ। ବୀରକିଶୋରପୁର ଛକ, ରଥଗଡା ଛକ ଓ କନ୍ତୋଲ ଠାରୁ ଏହି ଗଣ ପଦଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ମହୋତ୍ସବ ପଡିଆରେ ପହଞ୍ଚିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ଏହି ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଏକ ‘ଅଷ୍ଟାୟନ’ ନାମରେ ସ୍ମରଣୀକା ପ୍ରକାଶ କରାଯିବ। ଏଥିପାଇଁ ଆଠଗଡ ଇତିହାସ, କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଉପାସନା ପୀଠ ଓ ଦେବାଦେବୀ, ବରପୁତ୍ର, ଶିକ୍ଷା ଏବଂ ଧର୍ମଧାରା ସମ୍ବନ୍ଧୀୟ ଗବେଷଣାତ୍ମକ ସନ୍ଦର୍ଭ(ପ୍ରବନ୍ଧ ଓ କବିତା) ଦୁଇ ପୃଷ୍ଠା ସମ୍ବଳିତ ଲେଖା ଆଗାମୀ ନଭେମ୍ବର ୨୦ତାରିଖ ସୁଦ୍ଧା ପଠାଇବାକୁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ କମିଟିର ସଂପାଦକ ତଥା ନଗରପାଳ ସସ୍ମିତା ରାଉତ, ସହକାରୀ ଜିଲ୍ଲାପାଳ ମାନସ କୁମାର ବେହେରାଙ୍କ ସମେତ ମହୋତ୍ସବର ବିଭିନ୍ନ କମିଟିର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories