www.samajalive.in
Sunday, December 14, 2025
23.1 C
Bhubaneswar

କୁକୁଡା କଟା କାଠ ଗଣ୍ଡିରେ ଜଗନ୍ନାଥଙ୍କ ପ୍ରତିଛବି

ପାଟଣା : ଦୀର୍ଘ ଦିନରୁ କୁକୁଡା କଟା ଯାଉଥିବା କାଠଗଣ୍ଡିଟି ଖାଲୁଆ ହୋଇଯିବାରୁ ଗୁରୁବାର ସନ୍ଧ୍ୟାରେ କୁକୁଡା ବେପାରୀ ଜଣକ ଏକ ମେସିନ କରତ ସାହାଯ୍ୟରେ କାଠ ଗଣ୍ଡିର ଉପର ଖାଲୁଆ ଅଂଶକୁ କାଟି ଦେବା ପରେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କୁ ବିସ୍ମିତ କରିଥିଲା । କଟା ଯାଇଥିବା କାଠ ଗଣ୍ଡିରେ ଜଗନ୍ନାଥଙ୍କ ପ୍ରତିଛବି ଦେଖାଯାଇଥିଲା । ଘଟଣା ତୁଣ୍ଡ ବାଇଦ ଭଳି ବ୍ୟାପି ଯିବାରୁ ଦେଖଣାହାରୀଙ୍କର ଏଠାରେ ଭିଡ ଜମୁଛି । ପାଟଣା ବ୍ଲକ ତୁରୁମୁଙ୍ଗା ବଜାର ଅଞ୍ଚଳରେ ଦୀର୍ଘ ୨୫ ବର୍ଷ ହେଲା ଉଭୟ ଦେଶୀ ଓ ବ୍ରୟଲର କୁକୁଡା କାଟି ମାଂସ ବିକ୍ରି କରୁଥିବା ସେହି ଗ୍ରାମର ଗୌତ୍ତମ ଦେହୁରୀ (୫୦)। ଦଧିବାମନ ପ୍ରାଥମିକ ବିଦ୍ୟାଳୟ ସାମ୍ନା ରାସ୍ତାରେ ଥିବା ପାଲଟଣା କୁକୁଡା ମାଂସ ଦୋକାନରେ ଆଜି ଅପରାହ୍ନରେ ଏହି ଘଟଣା ଦେଖିବାକୁ ମିଳିଛି । ଜଗନ୍ନାଥ ସ୍ଵରୁପ ଦଧିବାମନଙ୍କ ନାମରେ ନାମିତ ପ୍ରାଥମିକ ବିଦ୍ୟାଳୟ ନିକଟରେ କୁକୁଡା କଟା କାଠ ଗଣ୍ଡିରେ ଜଗନ୍ନାଥଙ୍କ ଆବିର୍ଭାବ ଘଟଣାକୁ ଆଲୌକିକ କୁହାଯାଉଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories