www.samajalive.in
Sunday, December 14, 2025
26.1 C
Bhubaneswar

ମିଲେଟ ମିଶନରେ ଶ୍ରେଷ୍ଠ ପ୍ରଦର୍ଶନ : ରାୟଗଡା ଜିଲାକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ   

ରାୟଗଡା : ରାୟଗଡା ଜିଲାରେ ମିଲେଟ ମିଶନ ଅଧୀନରେ ମାଣ୍ଡିଆ ଚାଷ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାୟଗଡା ଜିଲାକୁ ପୁରସ୍କୃତ କରିଛନ୍ତି। ଏହି ଜିଲାରେ ମାଣ୍ଡିଆ ଚାଷ ପାଇଁ କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବା, ଯନ୍ତ୍ରପାତି ଯୋଗାଇବା ସହିତ ଉତ୍ପଦାନ ବଢ଼ାଇବାରେ ସହାୟକ ହୋଇଥିବାରୁ ଆଜି ଆନ୍ତର୍ଜାତିକ ମିଲେଟ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ରାୟଗଡା ଅତିରିକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନ ଓ ମୁଖ୍ୟ ଜିଲା କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ । ଗତ ୨୦୨୧-୨୨ ବର୍ଷରେ ୬ ହଜାର ୯୦୦ ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟରୁ ୬୪୩୩.୧୨ ହେକ୍ଟର ମିଲେଟ ଚାଷ ହୋଇଥିଲା । ହେକ୍ଟର ପିଛା ୨୫ କ୍ୱିଣ୍ଟାଲ ଉତ୍ପଦାନ କରାଯାଇଥିଲା। ସେହିପରି ୨୦୨୨-୨୩ ବର୍ଷରେ ୮୪୪୦ ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟରୁ ୭୫୨୫.୧୦ ହେକ୍ଟରରେ ଚାଷ କରାଯାଇଥିଲା ଏବଂ ହେକ୍ଟର ପିଛା ୨୭ କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ କରାଯାଇଥିଲା। ଜିଲାରେ ଗତ ୨୦୨୧-୨୨ବର୍ଷରେ ୫୩୪୨୮.୯୬ କ୍ୱିଣ୍ଟାଲ ମାଣ୍ଡିଆ ଆଦାୟ ହୋଇଥିବା ବେଳେ ୨୦୨୨-୨୩ ବର୍ଷରେ ୭୭୩୯୯.୫ କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଥିଲା । କୃଷି ବିଭାଗ ତରଫରୁ ଗତ ଦୁଇ ବର୍ଷ ମଧ୍ୟରେ ମାଣ୍ଡିଆ ଚାଷୀ ମାନଙ୍କୁ କୃଷି ଯନ୍ତ୍ରପତି ଯୋଗାଇ ଦିଆଯାଇଛି। କୁଳି ଗ୍ରାମରେ ୨ ଟନ କ୍ଷମତା ବିଶିଷ୍ଟ ବହୁମୁଖୀ ମିଲେଟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରାଯାଇଛି। ମାଣ୍ଡିଆ ଜାତୀୟ ଖାଦ୍ୟର  ଚାହିଦା ବଢାଇବା ନିମନ୍ତେ ଜିଲାର ୧୪ଟି ସ୍ଥାନରେ ମିଲେଟ ଶକ୍ତି ଟିଫିନ ସେଣ୍ଟର ଗତ ୨୦୨୧-୨୨ ବର୍ଷରେ  ଖୋଲାଯାଇଛି। ଚଳିତ ବର୍ଷ ମାଣ୍ଡିଆ ଲଡ଼ୁ ଓ ଖେଚେଡି ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ଏବଂ ଅନୁସୂଚିତ ଜନଜାତି, ଜାତି ବିଦ୍ୟାଳୟରେ ଯୋଗାଇବା ପାଇଁ ଯୋଜନା କରାଯାଇଛି ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories