www.samajalive.in
Sunday, December 14, 2025
16.1 C
Bhubaneswar

୧୦ କିମି ଭାରରେ ଆସିଲେ ଗର୍ଭବତୀ, ଆମ୍ବୁଲାନ୍ସରେ ପ୍ରସବ

ମାଲକାନଗିରି  : ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ମାଲକାନଗିରି ଜିଲାରୁ ଶୁଭାରମ୍ଭ କରୁଛନ୍ତି। ମାଲକାନଗିରି ଜିଲାକୁ ମୁଖ୍ୟମନ୍ତ୍ରୀ ଲଞ୍ଚିଙ୍ଗ ପ୍ୟାଡ୍‌ର ଆଖ୍ୟା ଦେଇଥିବାବେଳେ ଆଜି ବି ଜିଲାରେ ରାସ୍ତା ନ ଥିବାରୁ ଜଣେ ଗର୍ଭବତୀ ୧୦ କିମି ଭାରରେ ବୁହା ହେବା ପରେ ଆମ୍ବୁଲାନ୍ସରେ ପ୍ରସବ ଘଟଣା ଜିଲାର ପ୍ରକୃତ ବିକାଶର ସ୍ଥିତି ବାରି ହୋଇପଡିଛି। ଘାଟି ଉପରେ ଆଜି ମଧ୍ୟ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି।
ସୂଚନା ଅନୁଯାୟୀ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତର ଗଙ୍ଗପଡା ଗ୍ରାମ ଏକ ଦୁର୍ଗମ ଅଞ୍ଚଳ। ଘାଟି ଉପରେ ଗାଁ ରହିଛି। ଉକ୍ତ ଗ୍ରାମର ସାନ୍ତା ବିଶୋଇ ଗୁରୁବାର ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସ୍ଥାନୀୟ ଆଶା ଦିଦି ପାଣ୍ଡରୀ ବଜାଙ୍କୁ ଖବର ଦିଆଯାଇଥିଲା। ଆଶା ଦିଦି ଆସି ତାଙ୍କୁ ଚିକିତ୍ସାଳୟ ନେବାକୁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ସେହି ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ପରେ ଗର୍ଭବତୀଙ୍କୁ ବାଧ୍ୟହୋଇ ପରିବାର ଲୋକେ ଓ ଗ୍ରାମବାସୀ ଭାରରେ ପ୍ରାୟ ୧୦ କିମି ପାହାଡିଆ ଘାଟି ରାସ୍ତାରେ ବୋହି ଆଣିଥିଲେ। ଗର୍ଭବତୀଙ୍କୁ ଏପରି ପାହାଡିଆ ରାସ୍ତାରେ ଆଣିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ଗ୍ରାମବାସୀ ବହୁ କଷ୍ଟରେ ମହିଳାଙ୍କୁ ଓରିଙ୍ଗି ଗାଁ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଉଥିଲା। ସେହି ସମୟରେ ଆମ୍ବୁଲାନ୍ସରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପରେ ପ୍ରସୂତି ଓ ନବଜାତଙ୍କୁ ପ୍ରଥମେ କୁଡୁମୁଲୁଗୁମ୍ମା ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା। ନବଜାତର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ମହେଶ ପତି ପଠାଇଥିଲେ। ବର୍ତ୍ତମାନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉଭୟ ନବଜାତ ଓ ମା’ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଗର୍ଭବତୀଙ୍କୁ ପ୍ରସବ ପୂର୍ବରୁ ସରକାରୀ ଯୋଜନା ଅନୁଯାୟୀ ମା’ ଗୃହରେ ଆଣି ରଖିବା ସହ ସମସ୍ତ ସୁବିଧା ଯୋଗାଇବାର ନିୟମ ରହିଛି।

- Advertisement -

କିପରି ଏହି ମହିଳାଙ୍କୁ ପ୍ରସବ ପୂର୍ବରୁ ମା’ ଗୃହକୁ ଅଣାଯାଇ ନ ଥିଲା ତାହାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି କରିଛି। ଉକ୍ତ ଗ୍ରାମକୁ ସରକାରଙ୍କ ପକ୍ଷରୁ ପକ୍କାରାସ୍ତା ନିର୍ମାଣ ପାଇଁ ଘୋଷଣା କରାଯାଇଥିଲା। ଯାହା ଅଦ୍ୟାବଧି ଅଧାପନ୍ତରିଆ ହୋଇରହିଛି। ୨୪ଟି ଗ୍ରାମକୁ ସଂଯୋଗ କରିବା ପାଇଁ ଉକ୍ତ ରାସ୍ତା ନିର୍ମଣା ହେଉଥିବା ବେଳେ ଏହା କେବଳ ୩ରୁ ୪ କିମି ମଧ୍ୟରେ କାର୍ଯ୍ୟ ସୀମିତ ରହିଛି। ରାସ୍ତା ନିର୍ମାଣ ସହ ସରକାରୀ ଯୋଜନାକୁ ଠିକ ରୂପେ ପହଞ୍ଚାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories