www.samajalive.in
Sunday, December 14, 2025
16.1 C
Bhubaneswar

ବ୍ରହ୍ମପୁରରେ ନକଲି ଘିଅ କାରାଖାନା ଠାବ, ଅତ୍ୟାଧୁନିକ ପ୍ୟାକିଂ ମେସିନ ଜବତ, ମୁଖ୍ୟ ଅଭିଯୁକ୍ତ ଫେରାର

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଦିନକୁ ଦିନ ନକଲି କାରବାର ବଢିବାରେ ଲାଗିଛି। ର୍ବରୁ ଏହି ସହରରୁ ନକଲି ମସଲା ଗୁଣ୍ଡ, ଲଙ୍କାଗୁଣ୍ଡ, ଅଏଲ, ଗୁଟଖା, ଅଠା ଆଦି ଠାବ ହୋଇସାରିଥିବା ବେଳେ ଏବେ ପୁଣି ଏକ ନକଲି ଘିଅ ପ୍ରସ୍ତୁତି କାରଖାନାରେ ପୁଲିସ ଚଢ଼ଉ କରି ସିଲ୍‌ କରିଛି। ନକଲି କାରବାରରେ ସଂପୃକ୍ତ ଇ.ରାଜେଶ୍ବର ପାତ୍ରଙ୍କୁ ପୁଲିସ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତାଙ୍କ ଭାଇ ଇ. କୋଟେଶ୍ବର ପାତ୍ର ଫେରାର ହୋଇଯାଇଥିବା ପୁଲିସ କହିଛି ା ବଡ଼ବଜାର ଥାନା ଅନ୍ତର୍ଗତ ହନୁମାନବଜାର ନିକଟରେ ଥିବା ମାଧବନଗର ଠାରେ ଶ୍ରୀମା ଦୁର୍ଗା ଘିଅ ନାମରେ ଏକ ନକଲି ଘିଅ କାରଖାନା ଚାଲୁଥିବା ପୁଲିସକୁ ଖବର ମିଳିଥିଲା।  ବଡବଜାର ଥାନା ପୁଲିସ ଗତକାଲି ସନ୍ଧ୍ୟାରେ କାରଖାନାରେ ଚଢଉ କରିଥିଲେ ା ଚଢଉ ବେଳେ କାରଖାନା ଭିତରୁ ବିପୁଳ ପରିମାଣର ନକଲି ଘିଅ ସହ କଞ୍ଚାମାଲ ଜବତ ହୋଇଥିଲା ା ଅଭିଯୁକ୍ତ କୋଟେଶ୍ବର ସେହି କାରଖାନାରେ ଅତ୍ୟାଧୁନିକ ପ୍ୟାକିଂ ମେସିନ ରଖି ଅଦରକାରୀ ପଦାର୍ଥରେ ଘିଅ ପ୍ରସ୍ତୁତି କରୁଥିବା ପୁଲିସ ଜାଣିବାକୁ ପାଇଥିଲା।  ପୋଡା ଅଏଲ, ପୋଡା ମୋବିଲ, ନିମ୍ନମାନର ଖାଇବା ତେଲ ଭଳି ସାମଗ୍ରୀରେ ବିଭିନ୍ନ ପ୍ରକାର ହାନିକାରକ ରସାୟନ ପଦାର୍ଥ ମିଶ୍ରଣରେ ଘିଅ ପ୍ରସ୍ତୁତ କରାଯାଉଥିଲା । ପରେ ପରେ ସେଗୁଡିକୁ ଛୋଟ ଏବଂ ବଡ ପ୍ୟାକେଟରେ ଭର୍ତ୍ତି କରାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଯାଉଥିଲା।

ପୁଲିସ ସେହି କାରଖାନାରୁ ୨୦୦ ମିଲି ଲିଟର ବିଶିଷ୍ଟ ୧୦ ହଜାର ୨୦୦ଟି ଘିଅ ପ୍ୟାକେଟ, ଘିଅ ପ୍ରସ୍ତୁତ ହୋଇ ରଖାଯାଇଥିବା ୩ଟି ବଡ ହଣ୍ଡା, ୨ଟି ବଡ ହଣ୍ଡାରେ ରନ୍ଧା ଯାଉଥିବା ପୋଡା ତେଲ, ଘିଅ ଭର୍ତ୍ତି ହୋଇଥିବା ୯୧ଟି ଟିଣ ଡବା, ଦୁର୍ଗା ଘିଅ ବ୍ରାଣ୍ଡ ଲେଖା ହୋଇଥିବା ୧୫୦୦ ଖାଲି କାର୍ଟୁନ, ୩ଟି ପ୍ୟାକିଂ ମେସିନ, ଗୋଟିଏ ସିଲିଂ ମେସିନ, ଗୋଟିଏ ଗ୍ରାଇଣ୍ଡିଂ ମେସିନ, ମା ତାରାତାରିଣୀ ସପ୍ଲାୟର୍ସ ନାମରେ ଥିବା ଅବଧି ​ଶେଷ ହୋଇଯାଇଥିବା ଟ୍ରେଡ ଲାଇସେନ୍ସକୁ ପୁଲିସ ଜବତ କରିଥିଲା। ମୁଖ୍ୟ ଅଭିଯୁକ୍ତ କୋଟଶ୍ବର ଖାଇବା ତେଲ ଓ ଘିଅ ବିକ୍ରି ପାଇଁ ଅନୁମତି(ଲାଇସେନ୍ସ) ​ବହୁ ପୂର୍ବରୁ ନେଇଥିଲେ। ହେଲେ ସେଠାରେ ନକଲି ସାମଗ୍ରୀ ପ୍ରସ୍ତୁତି କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ନକଲି ଘିଅ ପ୍ୟାକେଟ ଉପରେ ତାରିଖ କିମ୍ବା କୌଣସି ସୂଚନା ରହୁନଥିଲା। ସେହିପରି ପୁଲିସ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ତଥା ଗୋସାଇଁନୂଆଗାଁ ହାଉସିଂବୋର୍ଡର ଇ. ରାଜେଶ୍ବର ପୂର୍ବରୁ ନକଲି ଗୁଟଖା ପ୍ରସ୍ତୁତି କରୁଥିବା ବେଳେ ପୁଲିସ ଦ୍ବାରା ଗିରଫ ହୋଇଥିଲା ବୋଲି ବ୍ରହ୍ମପୁର ଏସପି ସର୍ବଣା ବିକେକ ଏମ କହିଛନ୍ତି।  ​‌ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ କାବୁ କରିବାକୁ ପୁଲିସ ଚେଷ୍ଟା ଜାରି ରହି।

- Advertisement -

ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଭୁବନେଶ୍ବର ଫୁଲନଖରା ସ୍ଥିତ ଜଣେ ବ୍ୟବସାୟୀଙ୍କୁ ଘିଅ ଯୋଗାଇବାକୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ମଧ୍ୟ ଆଜି ଯାଏଁ ସାମଗ୍ରୀ ଯୋଗାଇନଥିବା ଅଭିଯୋଗ ହୋଇଛି । ଏ ନେଇ ବ୍ୟବସାୟୀଙ୍କ ବ୍ରହ୍ମପୁରରେ ରହୁଥିବା କିଛି ବନ୍ଧୁ ଆଜି କୋଟେଶ୍ବରଙ୍କ ଘରେ ପହଞ୍ଚି ଘିଅ ଯୋଗାଣ ହୋଇନଥିବା ସମ୍ପର୍କରେ ପଚାରି ବୁଝିବା ବେଳେ ସେ ଫେରାର ଥିବା ଜଣାପଡ଼ିଥିଲା ା ବ୍ୟବସାୟୀ ଜଣଙ୍କ ବର୍ତ୍ତମାନ ଏହା ନକଲି ସାମଗ୍ରୀ ବୋଲି ଜଣାପଡ଼ିବା ପରେ ସେ ବ୍ୟାଙ୍କ ଜରିଆରେ ଦେଇଥିବା ଲକ୍ଷାଧିକ ଟଙ୍କା କିପରି ଫେରି ପାଇବେ ସେଥିନେଇ ଚିନ୍ତାରେ ରହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories