www.samajalive.in
Friday, December 12, 2025
27.1 C
Bhubaneswar

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପେଟ୍ରୋଲ ପମ୍ପ ବନ୍ଦ, ସମସ୍ୟା ସମାଧାନ ପାଇଁ ନିବେଦନ

ଲଡୁଗାଁ: ଲଡୁଗାଁରେ ଏବେ ପେଟ୍ରୋଲ ଡିଜେଲ ଘୋର ଅଭାବ ଦେଖା ଦେଇଛି। ଜୟପାଟଣାରୁ ଲଡୁଗାଁ କାଉଡୋଳା ଦେଇ ଲୋକେ ଯିବା ଆସିବା କରନ୍ତି। ଏତବ୍ୟତୀତ ଲଡୁ ଗାଁ ଉପରେ ଉଭୟ ଜୟପାଟଣା ଓ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳର ଲୋକେ ନିର୍ଭର କରନ୍ତି। ଯେହେତୁ ଏହି ଅଞ୍ଚଳ ଚାଷ ବହୁଳ ଅଞ୍ଚଳ ହୋଇଥିବା ବେଳେ ବର୍ତ୍ତମାନ ଧାନ ଅମଳ ଯୋଗୁ ପର୍ଯ୍ୟାପ୍ତ ପରିମାଣରେ ଡିଜେଲ ଓ ପେଟ୍ରୋଲ ଦରକାର ହୋଇଥାଏ।ପେଟ୍ରୋଲ ପମ୍ପ ବନ୍ଦ ଥିବା ଯୋଗୁ ଚାଷୀ ସମେତ ଗାଡି ଚାଳକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏ ନେଇ ବଜରଙ୍ଗବଳୀ ପେଟ୍ରୋଲ ପମ୍ପ ମାଲିକ କଦମସେନ ଅଗ୍ରୱାଲଙ୍କୁ ପଚାରିବାରୁ ଯାନ୍ତ୍ରିକ ତୃଟି ଯୋଗୁଁ ଏଭଳି ଲୋକେ ଅସୁବିଧା ଭୋଗୁଛନ୍ତି। ଏହି ସମସ୍ୟା ସମାଧାନ ନେଇ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories