ଗହଣା ଦୋକାନରେ ଜିଏସଟି ରେଡ୍
କଣ୍ଟାବାଞ୍ଜି: ଧନତେରସ୍ ପୂର୍ବରୁ ଗହଣା ଦୋକାନରେ ଚଢାଉ। କଣ୍ଟାବାଞ୍ଜି ସହର ରୋଡ଼ ନଂ ୨ ଡେଲି ମାର୍କେଟସ୍ଥିତ ବନମାଳୀ ଜୁଏଲର୍ସ ଦୋକାନରେ ଗୁରୁବାର ନୂଆପଡା ଓ ବଲାଙ୍ଗୀର ୟୁନିଟ ଦ୍ରବ୍ୟ ଓ ବାଣିଜ୍ୟ କର ଏନଫୋର୍ସମେଣ୍ଟ ଟିମ୍ ମିଳିତ ଭାବେ ଚଢାଉ କରିଛନ୍ତି। ନୂଆପଡା ଏନଫୋର୍ସମେଣ୍ଟ ୟୁନିଟ ଦ୍ରବ୍ୟ ଓ ବାଣିଜ୍ୟ ସେବାକର ଡେପୁଟି କମିଶନର ପ୍ରିୟବ୍ରତ ଗଡାତିଆ ଏବଂ ସହକାରୀ କମିଶନର ରାଜେନ୍ଦ୍ର ନାଏକଙ୍କ ନେତୃତ୍ୱରେ ୭ଜଣ ଅଧିକାରୀ ଓ ବଲାଙ୍ଗୀର ପୁଲିସଙ୍କ ଉପସ୍ଥିତିରେ ଷ୍ଟକ ଯାଞ୍ଚ କାର୍ଯ୍ୟ ଜାରି ରହିଥିବା ଡେପୁଟି କମିଶନର ସୂଚନା ଦେଇଛନ୍ତି।
Comments are closed.