ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ
କାମାକ୍ଷାନଗର: ପରଜଙ୍ଗ ଥାନ ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ଖଇରପଶି ଗ୍ରାମରେ ଗୁରୁବାର ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗାଁର ପ୍ରସନ୍ନ ନାଏକଙ୍କ ପତ୍ନୀ ପ୍ରତୀମା ତାଙ୍କ ଛେଳି ଆଣିବାକୁ ଯାଇଥିବା ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ପାଖରେ ଥିବା କେତେକ ଯୁବକ ବିଦ୍ୟୁତ ତାରକୁ ବିଦ୍ୟୁତ ସରବରାହ ବନ୍ଦ କରିବା ପରେ ପ୍ରତୀମାଙ୍କୁ ଢେଙ୍କାନାଳ ମେଡ଼ିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଗ୍ରାମର ବାଉରୀ ନାଏକ ଓ ତାଙ୍କ ପୁଅ ଖୁକୁନ୍ ନାଏକ ତାଙ୍କ ଧାନ ଫସଲ ରକ୍ଷା କରିବାକୁ ବିଲ ଚାରିପାଖରେ ବିଦ୍ୟୁତ ତାର ବିଛାଇଥିଲେ। ସେହି ତାର ସଂସ୍ପର୍ଶରେ ଆସି ପ୍ରତୀମାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.