କେନ୍ଦୁଝରଗଡ଼: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଗଣତି, ମଣତି ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିକୃତ ଶ୍ରୀଜଗନ୍ନାଥଙ୍କ ଜମି ଓ ଚାଷୀଙ୍କ ଚାଷ ଜମି ତୁରନ୍ତ ଫେରସ୍ତ ଦାବିରେ ଗୁରୁବାର ଜିଲା କଂଗ୍ରେସ ପକ୍ଷରୁ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏକ ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପୁରୁଣାସହରର ବହୁ ବୁଦ୍ଧିଜୀବୀ ସାମିଲ ହୋଇ ସହଯୋଗ ଓ ସମର୍ଥନ କରିଥିଲେ। ଜିଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କ ନେତୃତ୍ୱରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଙ୍ଗୀତା ସିଂହ, କଂଗ୍ରେସ ଉପସଭାପତି ବସନ୍ତ କୁମାର ଦାସ, ପଛୁଆର୍ବ ଜିଲା ସଭାପତି ଯଦୁମଣି ବାରିକ, ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ମହିଳା କଂଗ୍ରେସ ସଭାପତି ପ୍ରବୀଣା ଦଣ୍ଡପାଟ, ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ରାଜ, ପିସିସି ସଦସ୍ୟ ଲଳିତ ମୋହନ ନାୟକ, ସମ୍ପାଦକ ବିଜୟ କୁମାର ରଣା, କଂଗ୍ରେସ ନେତା ଦିଲ୍ଲୀପ କୁମାର ସାହୁ, ଆର୍ତ୍ତତ୍ରାଣ ଦାସ, ରଘୁନାଥ ପାତ୍ର, ପ୍ରମୋଦ କୁମାର ବେହେରା, ଯୁବନେତା ଆଶିଷ କୁମାର ପାତ୍ର, ମାନସ ବେହେରା, ସଂଗ୍ରାମ ବେହେରା, ସୌମ୍ୟରଞ୍ଜନ ପଲେଇ ପ୍ରମୁଖ ଏହି ସଂକୀର୍ତ୍ତନ ସତ୍ୟାଗ୍ରହରେ ସାମିଲ ହୋଇଥିଲେ।



