BJD Bijuli 480×75 Mob

ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲା; କୋଚିଂ ସେଣ୍ଟର ମାଲିକଙ୍କ ସହ ୨ ଶିକ୍ଷକ ଗିରଫ

BJD Bijuli 480×75 Mob
0

ନୂଆଦିଲ୍ଲୀ: ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ୩ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ କୋଚିଂ ସେଣ୍ଟର ମାଲିକ ଓ ଦୁଇଜଣ ବେସରକାରୀ ଶିକ୍ଷକ ରହିଛନ୍ତି। ଶନିବାର କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଦିଲ୍ଲୀର ବୱାନାସ୍ଥିତ ୩ଟି ସ୍କୁଲର ଜଣେ ଅଧ୍ୟକ୍ଷ ଓ ୬ଜଣ ଶିକ୍ଷକଙ୍କୁ ପଚରାଉଚରା କରିଥିଲା। ସିବିଏସ୍‌ଇ ପ୍ରଶ୍ନପତ୍ରକୁ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ସେୟାର କରିଥିବା ନେଇ ଏମାନଙ୍କ ଉପରେ ଅଭିଯୋଗ ଆସିଥିଲା। ସୂଚନାଯୋଗ୍ୟ, ସିବିଏସ୍‌ଇ ଦ୍ୱାରା ଆୟୋଜିତ ବୋର୍ଡ ପରୀକ୍ଷାରେ ୧୦ମ ଶ୍ରେଣୀ ଗଣିତ ଓ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ସିବିଏସ୍‌ଇ ଏହି ଦୁଇଟି ବିଷୟରେ ପୁନଃ ପରୀକ୍ଷା ଲାଗି ଘୋଷଣା କରିଛି। ଦ୍ୱାଦଶ ଅର୍ଥନୀତି ବିଷୟ ୨୫ ଏପ୍ରିଲରେ ହେବ। ଅପରପକ୍ଷରେ ୧୦ମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ଉପରେ ପରୀକ୍ଷା ହେବା ନେଇ ବିଚାର କରାଯାଉଛି। ୧୫ ଦିନ ମଧ୍ୟରେ ତଦନ୍ତ ପରେ ଗଣିତ ବିଷୟ ହେବ କି ନାହିଁ ନିଷ୍ପତ୍ତି ହେବ। ଦିଲ୍ଲୀ-ଏନ୍‌ସିଆର ଓ ହରିୟାଣା କ୍ଷେତ୍ରରେ କେବଳ ଗଣିତ ବିଷୟ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ପୁଣିଥରେ ପରୀକ୍ଷା ହେବାକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାଏର ହୋଇଛି।

Leave A Reply