www.samajalive.in
Saturday, December 13, 2025
26.1 C
Bhubaneswar

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି!

ଆଡିଲେଡ୍‍ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜରେ ଆଉ ଏକ ନୂଆ କୀର୍ତ୍ତିମାନ ସ୍ଥାପନ ଲକ୍ଷ୍ୟରେ ରହିଛନ୍ତି ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି।
ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳ ବିପକ୍ଷରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୦ଟି ଟେଷ୍ଟ ମ୍ୟାଚ୍‍ ଖେଳି ଭାରତ ପକ୍ଷରୁ ସର୍ବାଧିକ ୬ଟି ଶତକ ହାସଲ କରିଥିବା ବେଳେ କୋହଲି ଏପର୍ଯ୍ୟନ୍ତ ୮ଟି ଟେଷ୍ଟ ମ୍ୟାଚ୍‍ ଖେଳି ୫ଟି ଶତକ ହାସଲ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‍ରେ କୋହଲି ଯଦି ଆଉ ୨ଟି ଶତକ ହାସଲ କରନ୍ତି ତେବେ ସେ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେବେ। ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ୨୦ଟି ଟେଷ୍ଟ ମ୍ୟାଚ୍‍ ଖେଳି ୧୮୦୯ ରନ୍‍ ସଂଗ୍ରହ କରିଥିବା ବେଳେ କୋହଲି ୮ଟି ଟେଷ୍ଟ ମ୍ୟାଚ୍‍ ଖେଳି ୯୯୨ ରନ୍‍ ସଂଗ୍ରହ କରିଛନ୍ତି। ସେହିପରି ସୁନୀଲ ଗାଭାସ୍କର ଅଷ୍ଟ୍ରେଲିଆ ମାଟିରେ ୧୧ଟି ଟେଷ୍ଟ ଖେଳି ୫ଟି, ଭିଭିଏସ୍‍ ଲକ୍ଷ୍ମଣ ୧୫ଟି ଟେଷ୍ଟ ଖେଳି ୪ଟି ଓ ମହିନ୍ଦର ଅମରନାଥ ୮ଟି ଟେଷ୍ଟ ଖେଳି ୨ଟି ଶତକ ହାସଲ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories