www.samajalive.in
Wednesday, December 10, 2025
26.1 C
Bhubaneswar

ନବୀନଙ୍କ ସହ ସଲମାନ୍‌ଙ୍କ ସେଲଫି, ଜୟ ଜଗନ୍ନାଥ କହିବା ସହ ମୁଁ ତୁମକୁ ଭଲପାଏ କହିଲେ ଭାଇଜାନ୍‌

କଟକ . – ହକି ବିଶ୍ୱ କପ୍‌ ଉପଲକ୍ଷେ  କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ଯୋଗ ଦେଇଥିଲେ । ଏଥିପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ବାରବାଟୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଲମାନ୍‌ ଖାନ ଓ ଏଆର୍‌ ରେହମାନଙ୍କୁ  ସମ୍ବର୍ଦ୍ଧିତ କରିଥିଲେ ।

ଭାଇଜାନ୍‌ ବି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ବିମାନ ବନ୍ଦରଠାରୁ ବାରବାଟୀ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଲୋକମାନେ ଛିଡା ହୋଇ ତାଙ୍କୁ କିପରି  ଅଭିବାଦନ ଜଣାଇ ଥିଲେ  ସେ ବିଷୟରେ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସରଳ ଜୀବନ ଯାପନର ବେଶ୍‌ ପ୍ରଶଂସା କରିଥିଲେ । ଏହା ସହ ସେ  ଓଡ଼ିଶାର ଐତିହ ଓ ସଂସ୍କୃତିକୁ ପ୍ରଶଂସା କରିଥିଲେ । କଟକର ଭାଇଚାରା ସବୁସ୍ଥାନରେ ଆବଶ୍ୟକ  ବୋଲି ସେ କହିଥିଲେ । ‘ଜୟ ଜଗନ୍ନାଥ , ବାଲିଯାତ୍ରା ଚାଲିଛି , ମୁଁ ତୁମକୁ ଭଲ ପାଏ’ ବୋଲି ସେ କହିଥିଲେ ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories