www.samajalive.in
Friday, December 12, 2025
16.1 C
Bhubaneswar

ରାସ୍ତାରେ ଦ୍ରୁତ ଗତିରେ ମିଲର୍ସଙ୍କ ଟ୍ରକ; ବାରଣ କଲେ ଚାଳକଙ୍କ ନାଲିଆଖି

ଲଡୁଗାଁ: ସମ୍ପ୍ରତି ଲଡୁଗାଁ ଏକ ବ୍ୟସ୍ତବହୁଳ ବ୍ୟବସାୟିକ ନଗରୀ ରୂପେ ଅଗ୍ରଗତି କରିଛି। ଚତୁର୍ଦିଗକୁ ରାଇସ୍ ମିଲଗୁଡିକ ଘେରି ରହିଛି। ଗାଁ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ପ୍ରତି ମିନିଟରେ ମାଲବାହୀ ଟ୍ରକ ଯିବାଆସିବା କରିଥାଏ। ଇତିମଧ୍ୟରେ ଜନଗହଳି ଓ ଟ୍ରାଫିକ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହାସହ ରାସ୍ତା ଦୁରବସ୍ଥା ଯୋଗୁଁ ଯାନବାହାନ ଚଳାଚଳରେ ଧୂଳିମୟ ପରିବେଶ ଲୋକଙ୍କୁ ଅତିଷ୍ଠ କରୁଛି। ବ୍ୟବସାୟୀମାନଙ୍କ ଦୋକାନ ଘର ରାସ୍ତା ଆଗକୁ ମାଡି ଆସିବା, ସେମାନଙ୍କର ଚାରିଚକିଆ ଯାନ ରାସ୍ତା ଉପରେ ଠିଆ ହେବା, ଚାରିଦିଗରୁ ମାଲବାହୀ ଟ୍ରକ ଜନ ଗହଳି ଜାଗାରେ ଏକାଠି ହେବା ଟ୍ରାଫିକ୍ ସମସ୍ୟାର ପ୍ରମୁଖ କାରଣ ହୋଇ ଉଭା ହୋଇଛି। ଲୋକେ ଟ୍ରକ୍ ଡ୍ରାଇଭରକୁ ଗାଡି ଆଗକୁ ନେବାକୁ କହିଲେ ନାଲିଆଖି ଦେଖାଇ ହିନ୍ଦୀରେ ଗାଳି ଦେଉଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅତିଶୀଘ୍ର ଯଦି ଏହାର ଜାଗା ଚିହ୍ନଟ କରାଯାଇ ରାସ୍ତା ପ୍ରଶସ୍ତିକରଣ କରା ନ ଯାଏ କିମ୍ବା ଏହି ସମସ୍ୟାର ସମାଧାନ ନ କରାଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories