ମାନବ ଚାଲାଣ ମାମଲାରେ ୧୦ଟି ରାଜ୍ୟରେ ଏନଆଇଏର ଚଢ଼ଉ

ନୂଆଦିଲ୍ଲୀ :   ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମାନବ ଚାଲାଣ ମାମଲାରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛି। ସେହି ରାଜ୍ୟଗୁଡ଼ିକ ହେଲା ତ୍ରିପୁରା, ଆସାମ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ହରିୟାନା, ତାମିଲନାଡୁ, ତେଲଙ୍ଗାନା, ପୁଡୁଚେରୀ, ରାଜସ୍ଥାନ ଓ ଜାମ୍ମୁକାଶ୍ମୀର।
ଏନଆଇଏ ଅଫିସର ମାନେ ତାମିଲନାଡୁର ଅନେକ ସ୍ଥାନରେ ଚଢ଼ଉ କରିଛନ୍ତି । ଏହି ମାମଲାରେ ବାଙ୍ଗଲାଦେଶର କିଛି ଶ୍ରମିକଙ୍କୁ ଜେରା କରାଯାଉଛି। ସୋମନେ ଚେଙ୍ଗାଲପେଟ୍‌‌ ଜିଲ୍ଲାରେ ଆବଶ୍ୟକ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଛନ୍ତି । ଏହି ମାମଲାରେ ଦୁଇଜଣ ଲୋକଙ୍କୁ ଗିରଫ କରାଯାଇଛି। ସେମାନେ ତ୍ରିପୁରାରୁ ନକଲି ପରିଚୟ ପତ୍ର ସଂଗ୍ରହ କରିଥିଲେ। ଏ ସଂପର୍କରେ ତଦନ୍ତ ଜାରି ରହିଛି ।

Comments are closed.