ମେମୁ ଟ୍ରେନ୍‌ ଲାଇନଚ୍ୟୁତ

ଖୁବ ଶୀଘ୍ର ଟ୍ରେନ ଚଳାଚଳ ସ୍ବଭାବିକ ହେବ : ଡିଆରଏମ୍

ଡେସ୍କ : ସମ୍ବଲପୁରର ସରଲା ନିକଟରେ ମେମୁ ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଏକ ମଇଁଷିକୁ ଧକ୍କା ଦେଇ ଟ୍ରେନର ୪ ନମ୍ବର ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ତେବେ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ହେଲେ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଘଟଣା ସ୍ଥଳରେ ସମ୍ବଲପୁର ରେଳ ମଣ୍ଡଳର ଡିଆରଏମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଲାଇନଚ୍ୟୁତ ହୋଇଥିବା ବଗିକୁ ଉଠାଯାଇଛି। ଖୁବ ଶୀଘ୍ର ଟ୍ରେନ ଚଳାଚଳ ସ୍ବଭାବିକ ହେବ ବୋଲି ଡିଆରଏମ୍ କହିଛନ୍ତି।

Comments are closed.