www.samajalive.in
Wednesday, December 10, 2025
23.1 C
Bhubaneswar

‘୭୫ ବର୍ଷ ଉତ୍କଳ ୟୁନିଭର୍ସିଟି’ ; ସ୍ମାରକୀ ଡାକ ଟିକେଟ ଉନ୍ମୋଚିତ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭାରତୀୟ ଡାକ ବିଭାଗ ପକ୍ଷରୁ ‘୭୫ ବର୍ଷ ଉତ୍କଳ ୟୁନିଭର୍ସିଟି’ ସ୍ମାରକୀ ଡାକ ଟିକେଟ ଉନ୍ମୋଚିତ ହୋଇଛି। କେନ୍ଦ୍ର ସରକାରଙ୍କ ଡାକ ବିଭାଗର ସଚିବ ଅନନ୍ତ ନାରାୟଣ ନନ୍ଦଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଏହି ସ୍ମାରକୀ ଡାକଟିକେଟକୁ ଉନ୍ମୋଚନ କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଦିବସ ତଥା ପ୍ଲାଟିନମ୍‍ ଜୟନ୍ତୀ ପାଳନ ଅବସରରେ ବାଣୀବିହାର ଓଲ୍ଡ ଷ୍ଟୁଡେଣ୍ଟସ୍‍ ସୋସାଇଟି-୯୨ ତଥା ‘ଭୋସ-୯୨’ ପକ୍ଷରୁ ‘୭୫ ବର୍ଷ ଉତ୍କଳ ୟୁନିଭର୍ସିଟି’ ଉପରେ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ ପାଇଁ ୨୦୧୫ ସେପ୍ଟେମ୍ବର ୫ରେ ତତ୍କାଳୀନ କୁଳପତି ପ୍ରଫେସର ଅଶୋକ କୁମାର ଦାସଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ‘ଭୋସ୍‍ ୯୨’ ଉଦ୍ୟମରେ ପ୍ରସ୍ତାବକୁ ଭାରତୀୟ ଡାକ ବିଭାଗ ଗ୍ରହଣ କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ‘୭୫ ବର୍ଷ ଉତ୍କଳ ୟୁନିଭର୍ସିଟି’ ଉପରେ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ ହୋଇଥିବାରୁ ଆମେ ବେଶ୍‍ ଖୁସି ବୋଲି ସାଧାରଣ ସମ୍ପାଦକ ଗଦାଧର ରଥ ପ୍ରକାଶ କରିଛନ୍ତି। ‘ଭୋସ୍‍ ୯୨’ ପ୍ରସ୍ତାବକୁ ଗ୍ରହଣ କରି ଭାରତୀୟ ଡାକ ବିଭାଗ ସ୍ୱତନ୍ତ୍ର ଡାକ ଟିକେଟ୍‍ ପ୍ରଚଳନ କରିଥିବାରୁ ଏଥିପାଇଁ କେନ୍ଦ୍ର ସରକାରଙ୍କ ଭାରତୀୟ ଡାକ ବିଭାଗ ସଚିବ ଶ୍ରୀ ନନ୍ଦ, ଓଡ଼ିଶା ମୁଖ୍ୟ ମହାଡାକପାଳ ଡ.ସନ୍ତୋଷ କୁମାର କାମିଲା, କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ‘ଭୋସ୍‍ ୯୨’ ପକ୍ଷରୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି।
ବାଣୀବିହାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରିୟବ୍ରତ ମହାନ୍ତିଙ୍କ ସମେତ ପୀତବାସ ଜେନା, ମନୋଜ ଦେଓ, ମନୋଜ ରାଉତ, ସୁଧାକର ଜାଲି, ହିମାଂଶୁ ସ୍ୱାଇଁ, ପ୍ରଣବ କୁମାର ଦାସ, ମଧୁମିତା ପରିଜା, ସୁମିତା ସରକାର, ମନୀଷା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories