www.samajalive.in
Thursday, December 11, 2025
27.1 C
Bhubaneswar

ଆସ୍ଥାନାଙ୍କ ବିରୋଧରେ ଆଗତ ମାମଲାକୁ ଯାଞ୍ଚ ପାଇଁ ବର୍ମା ଓ ଶର୍ମାଙ୍କୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲାକୁ ଯାଞ୍ଚ କରିବା ଲାଗି ଦିଲ୍ଲୀ ହାଇକୋର୍ଟ ସିବିଆଇ ନିର୍ଦେଶକ ଆଲୋକ ବର୍ମା ଓ ଯୁଗ୍ମ ନିର୍ଦେଶକ ଏକେ ଶର୍ମାଙ୍କୁ ଅନୁମତି ଦେଇଛନ୍ତି। ଆସ୍ଥାନାଙ୍କ ଦୁର୍ନୀତି ମାମଲା ଏବେ କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି) ଦ୍ୱାରା ତଦନ୍ତ କରାଯାଉଥିବାବେଳେ ଏହାକୁ ବର୍ମା ଓ ଶର୍ମା ଅନୁଧ୍ୟାନ କରିବେ। ହାଇକୋର୍ଟ ବିଚାରପତି ନଜିମ୍‍ ୱାଜିରିଙ୍କ ନିର୍ଦେଶ ଅନୁଯାୟୀ ଆସ୍ଥାନଙ୍କ ମାମଲାର ସ୍ଥିତାବାସ୍ଥା ଡିସେମ୍ବର ୭ପର୍ଯ୍ୟନ୍ତ ବଜାୟ ରହିବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଅସ୍ଥାନାଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲାକୁ ଯାଞ୍ଚ ଲାଗି ସିଭିସିଙ୍କ ନିକଟକୁ ପଠାଯାଇଛି। ସିଭିସି ଆସ୍ଥାନାଙ୍କ ବିରୋଧୀ ଦୁର୍ନୀତି ମାମଲା ଉପରେ ତଦନ୍ତ କରୁଛି। ଆସ୍ଥାନାଙ୍କ ଏହି ମାମଲାର ରେକର୍ଡପତ୍ରକୁ ଯାଞ୍ଚ କରିବା ଲାଗି ଦିଲ୍ଲୀ ହାଇକୋର୍ଟ ନିର୍ଦେଶକ ବର୍ମା ଓ ଯୁଗ୍ମ ନିର୍ଦେଶକ ଶର୍ମାଙ୍କୁ ଅନୁମତି ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ନଭେମ୍ବର ୨୯ (ଗୁରୁବାର) ଅପରାହ୍ଣ ୪ଟା ୩୦ରେ ନିର୍ଦେଶକ ବର୍ମା ସିଭିସିଙ୍କ କାର୍ଯ୍ୟାଳୟକୁ ଯାଇ ଆସ୍ଥାନାଙ୍କ ମାମଲାର ରେକର୍ଡ ପତ୍ର ଯାଞ୍ଚ କରିବେ। ରେକର୍ଡ ଯାଞ୍ଚ ସମୟରେ ସିବିଆଇ ଏସପି ସତୀଶ ଡଗର ଉପସ୍ଥିତ ରହିବେ। ସେହିପରି ନଭେମ୍ବର ୩୦ ଶୁକ୍ରବାର ଯୁଗ୍ମ ନିର୍ଦେଶକ ଶର୍ମା ସିଭିସି କାର୍ଯ୍ୟାଳୟ ଯାଇ ଆସ୍ଥାନାଙ୍କ ମାମଲାର ରେକର୍ଡ ଯାଞ୍ଚ କରିବେ।
ରାକେଶ ଆସ୍ଥାନା, ସିବିଆଇ ଡିଏସପି ଦେବେନ୍ଦ୍ର କୁମାର ଓ ମଧ୍ୟସ୍ଥ ମନୋଜ ପ୍ରସାଦ ସେମାନଙ୍କ ବିରୋଧରେ ଦାୟର ଏଫଆଇଆରକୁ ରଦ୍ଦ ଲାଗି କରିଥିବା ଆବେଦନ ଉପରେ ଶୁଣାଣି କରିବା ସମୟରେ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ସିବିଆଇ ଓକିଲ ରାଜଦୀପା ବେହୁରା କହିଥିଲେ ଯେ ମାମଲାର ରେକର୍ଡ ପତ୍ର ସିବିଆଇ ଅଧୀନରେ ନାହିଁ। ମାମଲାର ସମସ୍ତ ରେକର୍ଡ ପତ୍ର ଏବେ ସିଭିସିଙ୍କ ଅଧୀନରେ ରହିଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories