ଦକ୍ଷିଣ ଆଫ୍ରିକାକୁ ୫-୦ରେ ପରାସ୍ତ କଲା ଭାରତ

0

ଭୁବନେଶ୍ବର : ପୁରୁଷ ବିଶ୍ବକପ୍ ହକି-୨୦୧୮ରେ ଭାରତ ଦମଦାର ବିଜୟ ସହିତ ନିଜର ଅଭିଯାନ ଆରମ୍ଭ କରିଛି। ଭୁବନେଶ୍ବର​‌ର କଳିଙ୍ଗ ଷ୍ଟାଡିୟମରେ ବୁଧବାର ରାତିରେ ଅନୁଷ୍ଠିତ ମ୍ୟାଚରେ ଭାରତ, ଦକ୍ଷିଣ ଆଫ୍ରିକାକୁ ୫-୦ରେ ପରାସ୍ତ କରିଛି।

ଚମତ୍କାର ପ୍ରଦର୍ଶନ କରି ଭାରତ ଏହି ବିଜୟ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ମନଦୀପ ସିଂହ ମ୍ୟାଚର ୧୦ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ। ପରେ ୧୨ ମିନିଟରେ ଆକାଶଦୀପ ସିଂହ, ୨ୟ, ୪୩ ମିନିଟରେ ସିମରନଜିତ ସିଂହ ୩ୟ, ୪୫ ମିନିଟରେ ଲଳିତ ଉପାଧ୍ୟୟ ୪ର୍ଥ  ଏବଂ ୪୬ ମିନିଟରେ ସିମରନଜିତ ସିଂହ ୫ ଗୋଲ ସ୍କୋର କରିଥିଲେ। ଦଳ ପକ୍ଷରୁ ସିମରନଜିତ ସିଂହ ୨ଟି ଗୋଳ ସ୍କୋର କରିଛନ୍ତି।

Leave A Reply