www.samajalive.in
Monday, December 8, 2025
14.1 C
Bhubaneswar

ରଣଜୀ ଟ୍ରଫି : ତ୍ରିପୁରା ୧୨୨ରେ ଅଲ୍‍ଆଉଟ ; ଓଡ଼ିଶା ୩/୧୦୧

କଟକ : ୨ଟି ମ୍ୟାଚ୍‍ ବାହାରେ ବସିବା ପରେ ଗତ ସିଜିନରେ ଓଡ଼ିଶାର ସଫଳତମ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ଖେଳିବା ସୁଯୋଗ ପାଇଛନ୍ତି। ଏହାସହ ଡ୍ରିମ୍‍ସ ଗ୍ରାଉଣ୍ଡର ଘାସଥିବା ପିଚ୍‍ ଓ ଦୁର୍ବଳ ତ୍ରିପୁରା ବ୍ୟାଟିଂର ଫାଇଦା ଉଠାଇ ସୂର୍ଯ୍ୟକାନ୍ତ ୭ଟି ୱିକେଟ ନେଇ ପାରିଛନ୍ତି। ଫଳରେ ଗ୍ରୁପ୍‍ ‘ସି’ର ଏହି ମ୍ୟାଚର  ପ୍ରଥମଦିନରେ ଓଡ଼ିଶା ପ୍ରାଧାନ୍ୟ ବିସ୍ତାର କରିଛି। ସୂର୍ଯ୍ୟକାନ୍ତ ୭ଟି ୱିକେଟ ନେବାରୁ ବୁଧବାର ପ୍ରଥମ ଦିନରେ ତ୍ରିପୁରା ପ୍ରଥମ ଇନିଂସରେ ୧୨୨ ରନ୍‍କରି ଅଲ୍‍ଆଉଟ ହୋଇଯାଇଛି। ପ୍ରଥମଦିନର ଖେଳ ସମାପ୍ତି ସୁଦ୍ଧା ଓଡ଼ିଶା ୩ ୱିକେଟ ହରାଇ ୧୦୧ ରନ୍‍ କରିଛି। ହାତରେ ଆହୁରି ୭ ୱିକେଟ ବାକିଥିବା ବେଳେ ଓଡ଼ିଶା ପ୍ରଥମ ଇନିଂସରେ ମାତ୍ର ୨୧ ରନ୍‍ ପଛରେ ରହିଛି। ଫଳରେ ପ୍ରଥମଦିନରୁ ହିଁ ମ୍ୟାଚ୍‍ ଉପରେ ଓଡ଼ିଶାର କବ୍‍ଜା ମଜ୍‍ଭୁତ ହୋଇଛି।
ଆଜି ଓଡ଼ିଶା ବାମହାତି ସ୍ପିନର ଧୀରଜ ସିଂହଙ୍କ ସ୍ଥାନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଖେଳାଇଥିଲା। ପୁଣି ଯୁବ ବ୍ୟାଟ୍‍ସମ୍ୟାନ୍‍ ଶାନ୍ତନୁ ମିଶ୍ରଙ୍କ ସ୍ଥାନରେ ଓଡ଼ିଶା ଅଲ୍‍ରାଉଣ୍ଡର ଅଭିଷେକ ରାଉତଙ୍କୁ ଖେଳାଇଥିଲା। ଏପରି ପିଚ୍‍ ଓ ବାତାବରଣରେ ପ୍ରଥମେ ଫିଲ୍‍ଡିଂରୁ ଫାଇଦା ମିଳିବାର ଅନୁମାନ କରା ଯାଉଥିବା ବେଳେ ଓଡ଼ିଶା ଟସ୍‍ ଜିତି ଫିଲ୍‍ଡିଂ ନେଇଥିଲା। ପ୍ରଥମ ଓଭରରୁ ସୂର୍ଯ୍ୟକାନ୍ତ ଘାତକ ବୋଲିଂ କରିଥିଲେ। ବଲ୍‍ ଅଧିକ ସ୍ୱିଙ୍ଗ୍‍ କରିଥିଲା ଏବଂ ପିଚ୍‍ରୁ ଏହା ସିମ୍‍ କରିଥିଲା। ଫଳରେ ପିଚ୍‍ରେ ବ୍ୟାଟ୍‍ସମ୍ୟାନ୍‍ଙ୍କ ଜୀବନ ଦୁର୍ବିସହ ହୋଇ ଯାଇଥିଲା। କେବଳ ସୁର୍ଯ୍ୟକାନ୍ତ ନୁହନ୍ତି; ଓଡ଼ିଶାର ସମସ୍ତ ପେସ୍‍ ବୋଲର ଘାତକ ବୋଲିଂ କରିଥିଲେ। ପ୍ରଥମ ଓଭରରେ ଉଦୀୟନ ବୋଷ ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ପରେ ନିନାଦ କଦମ ୧୩, ଭାରତୀୟ ୧୯ ବର୍ଷରୁ କମ୍‍ ଦଳ ପାଇଁ ଖେଳିଥିବା ସ୍ମିତ୍‍ ପଟେଲ ୩, ରାଜେଶ ବଣିକ ୦, ଅଧିନାୟକ ବିଶାଳ ଘୋଷ ୯ ରନ୍‍କରି ଆଉଟ ହୋଇ ଯାଇଥିଲେ। ମଣିଶଙ୍କର ମୁରାସିଂହ ୦ ଓ ହରମିତ ସିଂହ ୪ ରନ୍‍କରି ଆଉଟ ହୋଇଥିଲେ। ଫଳରେ ମାତ୍ର ୫୮ ରନ୍‍ରେ ୭ଟି ୱିକେଟ ହରାଇ ତ୍ରିପୁରା ଦୟନୀୟ ସ୍ଥିତିରେ ଥିଲା। ୮ମ ୱିକେଟ ପାଇଁ ପ୍ରତ୍ୟୁଷ ସିଂହ ଓ ରାଣା ଦତ୍ତ ୩୧ ରନ୍‍ ଯୋଡ଼ିଥିଲେ। ରାଣା ୩ଟି ଚୌକା ସହ ୨୪ ରନ୍‍ କରିଥିଲେ। ପରେ ଅଭିଜିତ ସରକାରଙ୍କ ସହ ପ୍ରତ୍ୟୁଷ ୨୩ ରନ୍‍ ଯୋଡ଼ିଥିଲେ। ଅଭିଜିତ ୧୦ ରନ୍‍ କରିଥିଲେ। ପ୍ରତ୍ୟୁଷ ସିଂହ ୫୭ ବଲ୍‍ରୁ ୬ଟି ଚୌକା ସହ ୪୩ ରନ୍‍ କରିଥିଲେ। ସୂର୍ଯ୍ୟକାନ୍ତ ୪୦ ରନ୍‍ଦେଇ ୭ଟି ୱିକେଟ ନେଇଥିଲେ। ସୂର୍ଯ୍ୟକାନ୍ତଙ୍କ ରଣଜୀ ଜୀବନରେ ଏହା ସର୍ବଶ୍ରେଷ୍ଠ ବୋଲିଂ। ପୂର୍ବରୁ ଏକ ରଣଜୀ ଇନିଂସରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୨୭ ରନରେ  ୫ ୱିକେଟ। ବସନ୍ତ ମହାନ୍ତି, ଦେବବ୍ରତ ପ୍ରଧାନ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଓଡ଼ିଶା ଇନିଂସ ଆରମ୍ଭକରିବା ପରେ ୩ୟ ବଲ୍‍ରେ ପ୍ରଥମ ୱିକେଟ ହରାଇଥିଲା। ଅନୁରାଗ ଷଡ଼ଙ୍ଗୀ ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ପରେ ରାଜେଶ ଧୁପର ଓ ଗୋବିନ୍ଦ ପୋଦ୍ଦାର ଏକାଧିକ ଥର ପରାସ୍ତ ହୋଇଥିଲେ ହେଁ କିଛି ସମୟ ବଞ୍ଚି ଯାଇଥିଲେ। ମଣିଶଙ୍କର ମୁରାସିଂହ ତାଙ୍କ ୪ର୍ଥ ଓଭରରେ ୨ୟ ୱିକେଟ ନେଇଥିଲେ। ଗୋବିନ୍ଦ ପୋଦ୍ଦାର ୪ ରନ୍‍କରି ୱିକେଟ ପଛରେ କ୍ୟାଚ୍‍ ଦେଇଥିଲେ। ରାଜେଶ ଧୁପର କ୍ରିଜ୍‍ରେ ଜମିଯିବା ସହ କିଛି ଦର୍ଶନୀୟ ସଟ୍‍ ଖେଳିଥିଲେ। ଶୁଭ୍ରାଂଶୁ ସେନାପତିଙ୍କ ସହ ଧୁପର ୪୧ ରନ୍‍ ଯୋଡ଼ିଥିଲେ। ଧୁପର ୪୭ ବଲ୍‍ରୁ ୫ଟି ଚୌକା ସହ ୩୧ ରନ୍‍କରି ଆଉଟ ହୋଇଥିଲେ। ପରେ ବିପ୍ଳବ ସାମନ୍ତରାୟ ଓ ଶୁଭ୍ରାଂଶୁ ସେନାପତି ଆଉ ୱିକେଟ ପଡ଼ିବାକୁ ଦେଇନଥିଲେ। ଦୁହେଁ ଅବିଭାଜିତ ୪ର୍ଥ ୱିକେଟ ପଇଁ ୪୦ ରନ୍‍ ଯୋଡ଼ିଛନ୍ତି। ଶୁଭ୍ରାଂଶୁ ୩୬ ଓ ବିପ୍ଳବ ୧୯ ରନ୍‍ କରି ଅପରାଜିତ ଅଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories