www.samajalive.in
Saturday, December 13, 2025
26.1 C
Bhubaneswar

ଡ. ସନାତନ ବେହେରା ସ୍ମାରକୀ ଫୁଟବଲ ପ୍ରତିଯୋଗିତା

ସମ୍ବଲପୁର: ଗତ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଡ. ସନାତନ ବେହେରା ସ୍ମାରକୀ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ଭିଏସଏସ ଷ୍ଟାଡିୟମ ବଦଳରେ ଏବେ ରେଳବାଇ ଷ୍ଟାଡିୟମ ଠାରେ ଆୟୋଜିତ ହେଉଛି। ସୋମବାର ରେଳ ନଗର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ଗୋଟିଏ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଫୁଟବଲ ଏକାଡେମୀ ଓ ଇକୋ ରେଳବାଇ ଦଳ ମଧ୍ୟରେ ଏହି ମ୍ୟାଚ ଆୟୋଜିତ ହୋଇଥିଲା। ମ୍ୟାଚରେ ଫୁଟବଲ ଏକାଡେମୀ ଦଳ ୩ – ୦ ଗୋଲରେ ରେଳବାଇ ଦଳକୁ ହରାଇ ବିଜୟୀ ହୋଇଛି। ମ୍ୟାଚ ଗୁଡିକରେ କର୍ଣ୍ଣ ବେହେରା, ରାଜାରାମ ଓରାମ, ପରେଶ ମିର୍ଦ୍ଧା, ସୁବାଷ ରାଉତ, ପରେଶ ଭୋଇ ଓ ଦେବାନନ୍ଦ ମିର୍ଦ୍ଧା ପ୍ରମୁଖ ରେଫରୀ ଦାୟିତ୍ୱ ତୁଲାଇଥିଲେ। ଅତିଥି ରୂପେ ସମାଜସେବୀ ରାମଦାସ ପଣ୍ଡା, ଆଦିତ୍ୟ ସେଠୀ, ଅଲୋକ ପଣ୍ଡା, ବିରଜା ଶଙ୍କର ହୋତା, ନାରାୟଣ ପଣ୍ଡା, ରାଜେଶ ସେଟ, ମହମ୍ମଦ ଇସାକ, ମହମ୍ମଦ ରଫି, ରାଜେନ୍ଦ୍ର ରାଉତ, ସାହେବ ଖମାରୀ, ଅବଦୁଲ ଗଫାରଙ୍କ ସମେତ କ୍ରିଡାପ୍ରେମୀ ମାନେ ଉପସ୍ଥିତ ରହିଥିଲେ। ଏହି ପ୍ରତିଯୋଗିତାର ୪ଟି ବର୍ଗରେ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories