ସହିଦ ବୀରଙ୍କ ସ୍ମୃତିକୁ ସ୍ମରଣୀୟ କଲେ ଯୁବ ପର୍ବତାରୋହୀ

ରେଙ୍ଗାଲିକ୍ୟାମ୍ପ: ଦେଶ ମାତୃକାର ସ୍ୱାଧୀନତା ପଥରେ ଯେଉଁ ବୀର ଏବଂ ବିରଙ୍ଗନାଙ୍କ ଅବଦାନ ରହିଛି, ସେମାନଙ୍କ ଅବଦାନକୁ ସ୍ମରଣୀୟ କରିବା ନିମନ୍ତେ ଭାରତ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଦିଲ୍ଲୀର କର୍ତ୍ତବ୍ୟପଥରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ ହେଉଥିବା ଅମୃତ କଳସ ଯାତ୍ରାର ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଇତିହାସ ପ୍ରସିଦ୍ଧ ବରଗଡ ଜିଲ୍ଲାର ପବିତ୍ର ସ୍ଥାନରୁ ସଂଗୃହିତ ମାଟିକୁ ନେଇ ନେହେରୁ ଯୁବ କେନ୍ଦ୍ର ସଂଗଠନର ସଂଯୋଜନାରେ ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ତଥା ଯୁବ ସମାଜସେବୀ ଆଶୀର୍ବାଦ ମହାପାତ୍ର ଭୁବେନେଶ୍ୱରରୁ ସାଥି ସ୍ୱେଚ୍ଛାସେବୀଙ୍କ ସହ ଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ଅମୃତ ବାଟିକା ନିମନ୍ତେ ମାଟି ପ୍ରଦାନ କରି ଏକତା ଏବଂ ଅତୀତର ଅବିସ୍ମରଣୀୟ ସ୍ମୃତିକୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Comments are closed.