ସମ୍ବଲପୁର: ପଶ୍ଚିମ ଓଡ଼ିଶାର ବିଦ୍ୟୁତ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ ତରଫରୁ ଏହାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ମାଝିପାଲି ସ୍ତିତ ବିକାଶ ସ୍କୁଲର ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ୫ଟି ମଣ୍ଡଳ ଓ ମୁଖ୍ୟ କାର୍ଯ୍ୟାଳୟକୁ ମିଶାଇ ମୋଟ ୬ଟି ଦଳ ଭାଗ ନେଇଥିଲେ। ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ସେଥିମଧ୍ୟରୁ କବାଡି ଓ ଦୌଡି ଟଣା ପ୍ରତିଯୋଗିତା ସମସ୍ତଙ୍କୁ ଆକର୍ଷିତ କରିଥିଲା। ଚଳିତ ବର୍ଷ ବରଗଡ଼ ମଣ୍ଡଳ ସର୍ବୋଚ୍ଚ ସ୍କୋର କରି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ଗଜାନନ କାଲୋ ବାର୍ଷିକ କ୍ରିଡା ପ୍ରତିଯୋଗିତାର ଶୁଭାରମ୍ଭ କରିଥିସ୍ଫେ ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତି ବର୍ଷ କର୍ମଚାରୀ ମାନଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।
Popular Categories



