www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ପାଇଁ ବିଜେପିର ସଚେତନତା ଶିବିର

ସମ୍ବଲପୁର: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜାନା ଲାଗୁ କେନ୍ଦ୍ର ସରକାର କରିବା ପରେ ଏବେ ଏହାର ପଞ୍ଜିକରଣ ଆଭାସୀ ମାଧ୍ୟମରେ ଚାଲିଛି। ଏହାକୁ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଜେପି ପକ୍ଷରୁ ଉଦ୍ୟମ କରାଯାଉଛି। ଏହି କ୍ରମରେ ସମ୍ବଲପୁର ଜିଲା ବିଜେପି ପକ୍ଷରୁ ସୋମବାର ଜିଲା ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ସଚେତନତା ଶିବିରରେ ଜିଲା ସଭାପତି ଗିରିଶ ପଟେଲ ସଂଯୋଜନା କରିଥିଲେ। ଏଥିରେ ପୂର୍ବତନ ରାଜ୍ୟ ସଭାପତି ତଥା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ରାଜ୍ୟ ସଂଯୋଜକ ସମୀର ମହାନ୍ତି ଓ ରାଜ୍ୟ ସହ ସଂଯୋଜକ ସୁରଥ ବିଶ୍ୱାଳ ଯୋଗ ଦେଇ ଉପସ୍ଥିତ କର୍ମୀ ଓ ପଦାଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜିଲାର ୪ଟି ବିଧାନସଭା ମଣ୍ଡଳୀ ଅର୍ନ୍ତଗତ ସମସ୍ତ ମଣ୍ଡଳରୁ ୨ ଜଣ ଲେଖାଏଁ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ। ଏହି ଶିବିର ପରେ ସ୍ଥାନୀୟ କୁମ୍ଭାରପଡ଼ା ସ୍ଥିତ ଏକ ସିଏସସି କେନ୍ଦ୍ରକୁ ଯାଇ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର କିଛି ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଇଥିଲେ। ଏହି ଅବସରରେ ଜିଲା ସଂଯୋଜକ ସୁର୍ଯ୍ୟ ପ୍ରଧାନ, ସହ ସଂଯୋଜକ ମିଲନ ମହାରଣା, ରାଧେଶ୍ୟାମ ବାରିକ, ମାନସ ବକ୍ସୀ, ନିଳାମ୍ବର ସିକନ୍ଦର, ସନ୍ତୋଷ ସାହୁ, ଅସିତ କୁମାର ମହାନ୍ତି, ଦିନେଶ ପ୍ରଧାନ, ଦଶରଥ ମେହେରଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories